ବିଏମ୍‌ସି ନିର୍ବାଚନରେ ବି ଏକାଠି ଲଢିବ କଂଗ୍ରେସ, ଏନ୍‌ସିପି, ଶିବସେନା : ଉଦ୍ଧବ ଠାକ୍‌ରେ

ବିଏମ୍‌ସି ନିର୍ବାଚନରେ ବି ଏକାଠି ଲଢିବ କଂଗ୍ରେସ, ଏନ୍‌ସିପି, ଶିବସେନା : ଉଦ୍ଧବ ଠାକ୍‌ରେ

ବିଏମ୍‌ସି ନିର୍ବାଚନରେ ବି ଏକାଠି ଲଢିବ କଂଗ୍ରେସ, ଏନ୍‌ସିପି, ଶିବସେନା : ଉଦ୍ଧବ ଠାକ୍‌ରେ
ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ଆଗାମୀ ୨୦୨୨ ବିଏମ୍‌ସି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବାର ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ମହାରାଷ୍ଟ୍ରରେ ମହାମେଣ୍ଟକୁ ନେଇ ଅନେକ ଆକଳନ କରାଯାଉଥିବାବେଳେ ମହାମେଣ୍ଟ ମଧ୍ୟରେ ସବୁ ଠିକ୍‌ ରହିଛି ଓ ଆସନ୍ତା ବିଏମ୍‌ସି ନିର୍ବାଚନରେ ମଧ୍ୟ ଏକାସାଙ୍ଗରେ ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି ଉଦ୍ଧବ ଠାକ୍‌ରେ । ଅପରପକ୍ଷରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭିସ୍‌ ବିଏମ୍‌ସି ନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।