ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ ମନ୍ତ୍ରୀ ସରଜୁ ରାୟ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ ମନ୍ତ୍ରୀ ସରଜୁ ରାୟ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ ମନ୍ତ୍ରୀ ସରଜୁ ରାୟ
ଜାମ୍ସେଦପୁର: ଝାଡ଼ଖଣ୍ଡ ବିଜେପିରେ ବିଦ୍ରୋହ ଉଗ୍ର ରୂପ ଧାରଣ କରିଛି । ପରିସ୍ଥିତି ଏଭଳି ହୋଇଛି, ବରିଷ୍ଠ ବିଜେପି ନେତା ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସରଜୁ ରାୟ ଏବେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି । ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜାମସେଦପୁର (ପୂର୍ବ) ବିଧାନସଭାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାୟ ଘୋଷଣା କରିଛନ୍ତି । ରାୟ ଏବେ ଦୁଇଟି ବିଧାନସଭା ନିର୍ବାଚନରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି । ସେ ନିଜ ଜାମସେଦପୁର (ପଶ୍ଚିମ) ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର କିଣିଥିବା ବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜାମସେଦପୁର (ପୂର୍ବ) ବିଧାନସଭାରୁ ନିର୍ବାଚନ ଲଢିବେ ବୋଲି ଆଜି ଘୋଷଣା କରିଛନ୍ତି । ଏହି ଘଟଣା ଏବେ ବିଜେପିରେ ଝଡ଼ ସୃଷ୍ଟି କରିଛି । ମନ୍ତ୍ରୀ ସରଜୁ ରାୟଙ୍କ ଉପରେ କେନ୍ଦ୍ରୀୟ ନେତାମାନେ ମଧ୍ୟ ନଜର ରଖିଛନ୍ତି ।