ବିଭିନ୍ନ ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଧାରଣା ।

ବିଭିନ୍ନ ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଧାରଣା ।

ବିଭିନ୍ନ ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଧାରଣା ।
ବିଭିନ୍ନ ଦାବି ନେଇ ଗତକାଲି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ବେକାରୀ ଶିକ୍ଷକ ସଂଘ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା । ନିଯୁକ୍ତି ବିଜ୍ଞାପନ ବାହାର କରିବା ଓ ଘରୋଇ ସ୍କୁଲ ଉଠାଇବା ଦାବିରେ ୨ ବର୍ଷ ଧରି ଶିକ୍ଷକତା ଉପରେ ଶିକ୍ଷା ଅଧ୍ୟୟନ କରି ବେକାରୀ ରହିଥିବା ଯୁବକ ଯୁବତୀମାନେ ରାଜ ରାସ୍ତାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଲୋୟର ପିଏମଜିରେ ହୋଇଥିବା ଏହି ବିଶାଳ ଶୋଭାଯାତ୍ରାରେ ବହୁ ବର୍ଷ ଧରି ନିଯୁକ୍ତି ପାଇନଥିବା ଆଶାୟୀ ଶିକ୍ଷକ ଯୋଗ ଦେଇଥିଲେ । ସୂଚନା ମୁତାବକ, ରାଜ୍ୟରେ ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ନିଯୁକ୍ତି ବିଜ୍ଞାପନ ବାହାର କରୁନାହାନ୍ତି । ପ୍ରତିବର୍ଷ ହଜାର ହଜାର ଆଶାୟୀ ଶିକ୍ଷକ ବାହାରୁଛନ୍ତି ହେଲେ ନିଯୁକ୍ତି ନାହିଁ । ପ୍ରତିବର୍ଷ ଯେ, କେତେ ବେକାରୀ ବାହାରୁଛନ୍ତି ତାର ହିସାବ ନାହିଁ । ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି । କାଳିଆ ଯୋଜନା ଭଳି ଅନେକ ଯୋଜନାର ପ୍ରହୋସôନ ଦେଖଉଛନ୍ତିି, କିନ୍ତୁ ଶିକ୍ଷାଗତ ଉପରେ ତାଙ୍କର ନଜର ପଡୁନି । ଯେଉଁଠି କୁହାଯାଉଛି କି ମୋ ସରକାରରେ ଶିକ୍ଷା କୁ ସାମିଲ କରାଯାଇଛି, ସେଠି ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଶିକ୍ଷକ ନାହାନ୍ତି । ଆଗାମୀ ଦିନରେ ଯଦି ବିଜ୍ଞାପନ ନବାହାରେ ତେବେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି କନିଷ୍ଠ ଶିକ୍ଷକ ସଂଘ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶୃତି ମଧ୍ୟ ମାଗିଛନ୍ତି ସଂଘ ।