ବିଶ୍ୱ ରେଡିଓ ଦିବସ

ବିଶ୍ୱ ରେଡିଓ ଦିବସ

ବିଶ୍ୱ ରେଡିଓ ଦିବସ
ଟେଲିଭିଜନର ଲୋକପ୍ରିୟତା ବୃଦ୍ଧି ଓ ଜୋରଦାର ଉପସ୍ଥିତି ସତ୍ତ୍ୱେ ରେଡିଓର ବ୍ୟବହାର ବନ୍ଦ ହୋଇନାହିଁ । ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିବା ରେଡିଓ ଏବେ ବି ନୂଆ ରୂପ ରଙ୍ଗରେ ବଞ୍ଚି ରହିଛି ଏବଂ ଶ୍ରୋତାଙ୍କୁ ମୁଗ୍ଧ କରିଚାଲିଛି । ସାମାଜିକ ଗଣଯୋଗାଯୋଗ ବ୍ୟବସ୍ଥାର ଏହା ଏକ ବଳିଷ୍ଠ ଅଙ୍ଗ ହୋଇ ରହିଛି । ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡିଓର ଗ୍ରହଣ କ୍ଷମତା ଅଧିକ ସୁଲଭ । ଏହା ମୁକ୍ତ ଭାବେ ସୀମା-ସରହଦ ପାରହୋଇପାରେ । ବିନା ବିଜୁଳିରେ ଚାଲୁଥିବାରୁ ଏହା ବିପର୍ଯ୍ୟୟ ବେଳର ସାଥୀ, ମୋବାଇଲ, ଟେଲିଭିଜନ, ଇଣ୍ଟରନେଟ ଯେଉଁଠି କାମ କରି ନପାରିବ, ସେଠାରେ ରେଡିଓ ମାଧ୍ୟମରେ ଯୋଗାଯୋଗ ସମ୍ଭବ । ତେଣୁ ଆଜିକାଲି ଅଗମ୍ୟ ଅଞ୍ଚରେ କମ୍ୟୁନିଟି ରେଡିଓ ସ୍ଥାପନକୁ ଗୁରୁତ୍ୱ ଦିଆଯାଉଛି । ରେଡିଓ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ଏହାକୁ ମନେ ପକାଇବା ପାଇଁ ସ୍ପାନିସ ରେଡିଓ ଏକାଡେମିର ପ୍ରସ୍ତାବ ଏବଂ ‘ଜାତିସଂଘ’ର ଅନୁମୋଦନ କ୍ରମେ ୨୦୧୨ ରୁ ପ୍ରତି ବର୍ଷ ଫେବୃୟାରୀ ୧୩ ତାରିଖରେ ପାଳନ କରାଯାଉଛି ‘ବିଶ୍ୱ ରେଡିଓ ଦିବସ’ । ରେଡିଓକୁ ବିକଶିତ ପ୍ରସାରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଇଟାଲିର ଗ୍ୟୁଗ୍ଲିଏଲମୋ ମାର୍କୋନି, ଜର୍ମାନୀର ହେନରିଚ ହର୍ଜ, ରସିଆର ଆଲେକଜାଣ୍ଡାର ପୋପୋଭ, ଫ୍ରାନ୍ସର ଏତୱାଡ ବ୍ଲାନଲେ, ଆମେରିକାର ନିକୋଲା ଟେସଲା, ବ୍ରିଟେନର ଅଲିଭର ଲଜ, ସ୍ପେନର ସର୍ଭେରା ବାଭିଏରା ଓ ଭାରତର ଚନ୍ଦ୍ର ବସୁଙ୍କୁ ସ୍ମରଣ କରିବା ଏହି ଦିନର ଅନ୍ୟତମ ଉଦ୍ଦେଶ୍ୟ ।