ବିଷାକ୍ତ ମଦ ପିଇ ମୃତ୍ୟୁ : ଗତ ୨୪ ଘଣ୍‌ଟା ମଧ୍ୟରେ ଗଲାଣି ପାଞ୍ଚ ଜୀବନ

ବିଷାକ୍ତ ମଦ ପିଇ ମୃତ୍ୟୁ : ଗତ ୨୪ ଘଣ୍‌ଟା ମଧ୍ୟରେ ଗଲାଣି ପାଞ୍ଚ ଜୀବନ

ବିଷାକ୍ତ ମଦ ପିଇ ମୃତ୍ୟୁ : ଗତ ୨୪ ଘଣ୍‌ଟା ମଧ୍ୟରେ ଗଲାଣି ପାଞ୍ଚ ଜୀବନ
ବାଗପତ୍‌ : ଉତ୍ତରପ୍ରଦେଶର ବାଗପତ୍‌ଠାରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍‌ଟା ମଧ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଚାନ୍ଦିନଗର ଥାନା ଅଞ୍ଚଳର ଚରମାଓ୍ବଲ ଗ୍ରାମରେ କିଛି ଗ୍ରାମବାସୀ ସରକାରୀ ଚୁକ୍ତିପ୍ରାପ୍ତ ଏକ ମଦ ଦୋକାନରୁ ମଦ ପିଇଥିଲଷ । ଏହି ବିଷାକ୍ତ ମଦ ପିଇ ଆଜି ସକାଳୁ ଜଣେ ଯୁବକର ମୃତ୍ୟୁ ହୋଇଛି । ଏପର୍ୟ୍ୟନ୍ତ ବିଷାକ୍ତ ମଦ ପିଇ ପାଞ୍ଚଜଣଙ୍କର ଜୀବନ ଯାଇଥିବାର ସୂଚନାରହିଛି । ଗୁରୁବାର ସକାଳୁ ଚମରାଓ୍ବଲ ଗ୍ରାମର ଶ୍ୟାମଲାଲ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଗତକାଲି ଗ୍ରାମର ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍‌ ଏହି ଘଟଣାରେ କେତେଜଣଙ୍କୁ ହେପାଜତରେ ନେଇଥିବାର ସୂଚନା ରହିଛି ।