ବିହାର ଇସ୍ତାହାରକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ
ବିହାର ଇସ୍ତାହାରକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ
admin
Oct 22, 2020 - 13:37
Updated: Oct 22, 2020 - 13:37
ନୂଆଦିଲ୍ଲୀ : ବିହାରରେ ମାଗଣା ଟୀକା ଯୋଗାଇବା ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ନେଇ ସରକାରଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ । ପୂର୍ବତନ କଂଗ୍ରେସ ସଭାପତି ବିଜେପିକୁ ସମାଲୋଚନା କରିବା ସହିତ ବିଜେପି କରୋନା ଟୀକାକୁ ନେଇ ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି । ଇସ୍ତାହାର ଘୋଷଣା ସମୟରେ ମାଗଣା କରୋନା ଟୀକା ନେଇ ସୀତରାମଣଙ୍କ ଘୋଷଣାକୁ ସମାଲୋଚନା କରିବା ସହିତ ଟ୍ୱିଟ୍ଟରରେ ସରକାରଙ୍କୁ ଘେରିଥିଲେ । ରାହୁଲ ଲେଖିଛନ୍ତି ଏହି ଘୋଷଣା ପୂର୍ବରୁ ସରକାର ଅନ୍ୟ ରାଜ୍ୟ ମାନଙ୍କରେ ହେବାକୁ ଥିବା ଭବିଷ୍ୟତ ନିର୍ବାଚନ ସୂଚୀ ଦେଖି ନିଅନ୍ତୁ ଏବଂ କଣ କଣ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ତାର ଏକ ହୋର୍ଡିଂ ମାରନ୍ତୁ ବୋଲି ମଧ୍ୟ ରାହୁଲ ଉଲ୍ଲେଖ କରିଥିଲେ । କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଜାରି ରହିଥିବା ବେଳେ ଭାରତ ସମେତ ଏକାଧିକ ଦେଶରେ ଟୀକାର ପରୀକ୍ଷଣ ଜାରି ରହିଛି । ତେବେ ଏପରି ସମୟରେ ନିର୍ବାଚନୀ ଫାଇଦା ପାଇଁ ଏଭଳି ପ୍ରତିଶ୍ରୁତି ଦେବା ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ କରି ସମାଲୋଚନା କରିଛନ୍ତି । ଅଣ ବିଜେପି ଶାସିତ ରାଜ୍ୟ, ଏବଂ ବିଜେପିକୁ ଭୋଟ ଦେଇନଥିବା ରାଜ୍ୟ ମାନଙ୍କ ପ୍ରତି କଣ ପଦକ୍ଷେପ ନିଆଯିବ ତାହା ଘୋଷଣା କରନ୍ତୁ ବୋଲି କେଜ୍ରିୱାଲ ଉଲ୍ଲେଖ କରିଛନ୍ତି ।