"ବୁଲ୍ବୁଲ୍'ରେ ୫୫୦୦ ଘର ଧ୍ୱସ୍ତ

"ବୁଲ୍ବୁଲ୍'ରେ ୫୫୦୦ ଘର ଧ୍ୱସ୍ତ

"ବୁଲ୍ବୁଲ୍'ରେ ୫୫୦୦ ଘର ଧ୍ୱସ୍ତ
୬ ଜିଲ୍ଲାରେ କ୍ଷତି ପହଞ୍ଚାଇଲା "ବୁଲ୍ବୁଲ୍', ମୁଖ୍ୟମନ୍ତ୍ରୀ ଆତି ଆକାଶ ମାର୍ଗରୁ ସ୍ଥିତି ଦେଖିବେ, ଲୋକସେବା ଭବନରେ ମୁଖ୍ୟସଚିବ କଲେ ସମୀକ୍ଷା, ମଙ୍ଗଳବାର ସୁଦ୍ଧା ବିଦୁ୍ୟତ ସରବରାହ ସ୍ୱାଭାବିକ ନିଦେ୍ର୍ଧଶ ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍ବୁଲ୍ ଓଡ଼ିଶା ଛାଡ଼ି ଯିବା ପୂର୍ବରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜର କିଛି ଅଞ୍ଚଳକୁ ଅସ୍ତବ୍ୟସ୍ତ କରି ପକାଇଛି । ଯାଜପୁର ଜିଲ୍ଲାରେ ମଧ୍ୟ ସାମାନ୍ୟ ପ୍ରଭାବ ପଡ଼ିଛି । ଏହିପରି ୬ଟି ଜିଲ୍ଲାରେ ବିପର୍ଯ୍ୟୟ ଘଟାଇଛି ବୁଲ୍ବୁଲ୍୍ । ସ୍ଥିତି ଆକଳନ କରିବା ପରେ ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନୂଆଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିିଦର୍ଶନ କରିବେ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପରେ ଅପରାହ୍ନରେ ବରିଷ୍ଠ ଅଧିକାରୀଙ୍କ ସହିତ ବାତ୍ୟା ପ୍ରଭାବର ସମୀକ୍ଷା କରିବେ । ସମ୍ଭବତଃ ରାଜ୍ୟ ସରକାର ଏହା ପରେ ପ୍ରଭାବିତଙ୍କ ପାଇଁ କିଛି ପ୍ୟାକେଜ ଘୋଷଣା କରିପାରନ୍ତି । ଆଜି ଏହା ପୂର୍ବରୁ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୁଲ୍ବୁଲ୍ କ୍ଷୟକ୍ଷତି ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବ ତାଗିଦ୍ କରିଛନ୍ତି ଯେ କ୍ଷୟକ୍ଷତି ଆକଳନରେ ଶତ ପ୍ରତିଶତ ସ୍ୱଚ୍ଛତା ରହିବା ଦରକାର । ଫସଲ ନଷ୍ଟ ହୋଇଥିବା ଜମି ସହ ସଂପୃକ୍ତ ଚାଷୀଙ୍କର ଭିଡିଓଗ୍ରାଫି ଓ ଫଟୋଗ୍ରାଫ୍ କରାଯିବ । ସେହିପରି ଯେଉଁମାନଙ୍କର ଘର ଆଦି ଭାଙ୍ଗିଛି, ତାର ସଠିକ୍ ଓ ପ୍ରମାଣ ଭିତ୍ତିକ ତନଖି କରି ରିପୋର୍ଟ ଦେବାକୁ କୁହାଯାଇଛି । ମଙ୍ଗଳବାର ସୁଦ୍ଧା ଯେ କୌଣସି ପରିସ୍ଥିତିରେ ବିଦୁ୍ୟତ ବ୍ୟବସ୍ଥାରେ ସୁଧାର ଆଣିବାକୁ ମୁଖ୍ୟସଚିବ ଶକ୍ତି ବିଭାଗକୁ ନିର୍ଦେଶ ଦେଇଛନ୍ତି । ପ୍ରାରମ୍ଭିକ ରିପୋର୍ଟକୁ ଅନୁଧ୍ୟାନ କରି ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି ଯେ ବୁଲ୍ବୁଲ୍ ରାଜ୍ୟର ପ୍ରଭାବିତ ଜିଲ୍ଲାମାନଙ୍କରେ ୫୫୦୦ ଘର ଭାଙ୍ଗି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଗୋଟିଏ ସପ୍ତାହ ଭିତରେ ଏ ସଂକ୍ରାନ୍ତ ଅନୁଧ୍ୟାନ ସରିବା ପରେ ପ୍ରକୃତ ରିପୋର୍ଟ ହସ୍ତଗତ ହେବ । ୩ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟଭ୍ରଷ୍ଟ ହୋଇଯାଇଛି । ଏ ମଧ୍ୟରୁ ୨ଲକ୍ଷ ହେକ୍ଟରରୁ ଅଧିକ ଜମିରେ ୩୩%ରୁ ଅଧିକ ପରିମାଣର ଫସଲ ନଷ୍ଟ ହୋଇଛି । କୃଷି ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ସପ୍ତାହେ ଭିତରେ ଏ ସଂକ୍ରାନ୍ତରେ ରିପୋର୍ଟ ଦେବେ । ଏସଆରସି କହିଛନ୍ତି ଯେ ବାତ୍ୟା ଯୋଗୁଁ ୧୬ଲକ୍ଷ ବିଦୁ୍ୟତ ଉପଭୋକ୍ତା ପ୍ରଭାବିତ ହୋଇଥିଲେ । ଏ ମଧ୍ୟରୁ ୯୪% ଅର୍ଥାତ୍ ପ୍ରାୟ ୧୫ଲକ୍ଷ ଉପଭୋକ୍ତାଙ୍କୁ ବିଦୁ୍ୟତ ଯୋଗାଣ ସ୍ୱାଭାବିକ ହୋଇଛି । ୧୨ ତାରିଖ ସୁଦ୍ଧା ବାକି ଅଞ୍ଚଳରେ ବିଦୁ୍ୟତ ଯୋଗାଣ ଶତ ପ୍ରତିଶତ ସ୍ୱାଭାବିକ ହେବ । ଗ୍ରାମାଞ୍ଚଳରେ କ୍ଷୟକ୍ଷତି ହୋଇଥିବା ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଦୁ୍ୟତ ସରବରାହରେ ବ୍ୟାଘାତ ଯୋଗୁଁ ୬୫୩ଟି ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି । ଇତିମଧ୍ୟରେ ୧୭୪ର ପୁନରୁଦ୍ଧାର ହୋଇଛି । ୪୫ଟି ପ୍ରକଳ୍ପକୁ ଜେନେରେଟର ମାଧ୍ୟମରେ ସଚଳ କରାଯାଇଛି । ବାକି ଗାଁରେ ଟ୍ୟାଙ୍କର ଓ ସିନଟେକ୍ସ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ୧୨ ତାରିଖ ସୁଦ୍ଧା ସବୁ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱାଭାବିକ କରାଯିବ । ସରକାରୀ ରିପୋର୍ଟ ଅନୁସାରେ, ବାତ୍ୟା ସମୟରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ ଜିଲ୍ଲାର ୮୨୧୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଓ ୯୧ ଟି ଆଶ୍ରୟସ୍ଥଳରେ ସେମାନେ ରହିଥିଲେ । ଏବେ ସେମାନେ ନିଜ ନିଜ ଘରକୁ ଫେରିସାରିଲେଣି । ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ଗଛ କଟାଯାଇ ଗମନାଗମନ ସ୍ୱାଭାବିକ କରାଯାଇଛି ବୋଲି ଏସଆରସି ସୂଚାଇଛନ୍ତି । କୁହାଯାଇଛି, ଏସବୁ ଟିମ୍ ଦ୍ୱାରା ୪୬ ବ୍ଲକ ଓ ୧୨ଟି ସହରାଞ୍ଚଳରେ ରାସ୍ତାଘାଟ ସଫା କାର୍ଯ୍ୟ କରାଯାଇଥିଲା । ବାତ୍ୟାରେ ୬୫ଟି ପଶୁସଂପଦ ନଷ୍ଟ ହୋଇଥିବା କୁହାଯାଇଛି । ଏମାନଙ୍କ ମଧ୍ୟରେ ୧୧ଟି ବଡ଼ ପଶୁ, ୪ଟି ଛେଳି ଆଦି ଜାତୀୟ ସାନ ପଶୁ ଓ ୫୦ଟି କୁକୁଡା ଜାତୀୟ ଜୀବ ଅଛନ୍ତି । ବାତ୍ୟାରେ ତିନିଜଣଙ୍କର ମୃତୁ୍ୟ ହୋଇଥିବା ନେଇ କୁହାଯାଇଥିଲା । ତେବେ ସରକାର କହିଛନ୍ତି ଯେ ବାତ୍ୟାରେ ଜଣେ ବି କେହି ପ୍ରାଣ ହରାଇନାହାନ୍ତି । ଏସଆରସି କହିଛନ୍ତି ଯେ କେନ୍ଦ୍ରାପଡାର ୩ଜଣଙ୍କର ମୃତୁ୍ୟ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ୨ଜଣଙ୍କର ମୃତୁ୍ୟ ବାତ୍ୟା ଜନିତ ନୁହେଁ ବୋଲି ତଦନ୍ତରୁ ଜଣାପଡିଛି । ଅନ୍ୟ ଜଣେ ବ୍ୟକ୍ତି ୭୨ବର୍ଷର ବୃଦ୍ଧ । ରାତିରେ ଶୋଇଥିବା ବେଳେ ତାଙ୍କର ମୃତୁ୍ୟ ହୋଇଥିଲା । ତହସିଲଦାର ଓ ଆରଆଇ ଘଟଣାସ୍ଥଳ ଯାଞ୍ଚ କରିଥିଲେ । ସେ ଶୋଇଥିବା ଘରର କାନ୍ଥ ପଡିଯାଇଥିଲା । ତହସିଲଦାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ମୃତକଙ୍କ ନିକଟ ସଂପର୍କୀୟ ଶବକୁ ବ୍ୟବଚ୍ଛେଦ କରିବାକୁ ନ ଦେଇ ସଂସ୍କାର କରିଥିଲେ । ଏ ମୃତୁ୍ୟର ବିଭିନ୍ନ ଦିଗ ସଂପର୍କରେ ଅଧିକ ତଦନ୍ତ କରିବା ଲାଗି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।