ବଡ଼ଖବର, ଭାରତ ପାଇବ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା

ବଡ଼ଖବର, ଭାରତ ପାଇବ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା

ବଡ଼ଖବର, ଭାରତ ପାଇବ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା

 ନୂଆଦିଲ୍ଲୀ: ଚଳିତ ଆର୍ଥକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୯.୨% ରହିବ ବୋଲି କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ (ଏନଏସଓ) ଆକଳନ କରିଛି । ଏହା ହେଲେ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପାଇବ ଭାରତ । କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ଗତ ଆର୍ଥôକ ବର୍ଷରେ ଅଭିବୃଦ୍ଧି ୭.୩% ହ୍ରାସ ପାଇଥିଲା ।

 

ଜିଡିପିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଆକଳନ କରିଥିଲା ତା’ଠାରୁ ଅଭିବୃଦ୍ଧି କମ୍ ରହିବ ବୋଲି ଏନଏସଓ ଆକଳନ କରିଛି । ରିଜର୍ଭ ବ୍ୟାଙ୍କର କହିଥିଲା ଯେ ଜିଡିପି ଅଭିବୃଦ୍ଧି ୯.୫% ରହିବ । ଚଳିତ ଆର୍ଥôକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୨୦.୧% ଭଳି ଉଚ୍ଚ ସ୍ତରରେ ରହିଥିଲା । ଏହା ପରେ ଦ୍ୱିତୀୟ ତ୍ରୟମାସ ଅଭିବୃଦ୍ଧି ୮.୪% ରହିଛି । ୨୦୨୧-୨୨ ଆର୍ଥôକ ବର୍ଷରେ କୃଷି ଅଭିବୃଦ୍ଧି ୩.୯% ରହିବ ବୋଲି ଆକଳନ କରାଯାଇଛି । ୨୦୨୦-୨୧ରେ କୃଷି କ୍ଷେତ୍ର ୩.୬% ଅଭିବୃଦ୍ଧି ହାସଲ କରିଥିଲା । ମାନୁଫାକଚରିଂ ଅଭିବୃଦ୍ଧି ୧୨.୫% ରହିବ ବୋଲି ଏଥର ଆକଳନ କରାଯାଇଛି ଯାହା ଗତବର୍ଷ ୭.୨% ହ୍ରାସ ପାଇଥିଲା ।