ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ
ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ
ପୁରୀ: ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଘଟିଛି ଭକ୍ତ ଓ ଭଗବାନଙ୍କ ମିଳନ। ପ୍ରଥମେ ରଥାରୂଢ ହୋଇଛନ୍ତି ଶ୍ରୀସୁଦର୍ଶନ। ଏହାପରେ ତାଳଧ୍ଵଜ ରଥରେ ବିରାଜମାନ ହୋଇଛନ୍ତି ବଳଭଦ୍ର। ପରେ ପରେ ଦେବୀ ସୁଭଦ୍ରା ରଥାରୂଢ ହୋଇଛନ୍ତି। ପଛକୁ ଝୁଲି ଝୁଲି ଆସୁଛନ୍ତି କାଳିଆ ଠାକୁର। ଟାହିଆ ହଲାଇ ସିଂହଦ୍ଵାରରୁ ଭକ୍ତଙ୍କୁ ନିରିଖି ଚାହିଁଛନ୍ତି କାଳିଆ ସାଆନ୍ତ। କଳା ଶ୍ରୀମୁଖକୁ ଚାହିଁ ବିଭୋର ହୋଇଯାଇଛନ୍ତି ଭକ୍ତ।
ଦୁଇ ବର୍ଷ କାଳ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଥିଲା କରୋନା । ଦୁଇବର୍ଷ ପରେ ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ପୁଣି ଦୁଲୁକୁଛି ବଡ଼ଦାଣ୍ଡ । ପତିତପାବନ ଯାତ୍ରାରେ ଶରଧାବାଲି ଜନ୍ମବେଦିକୁ ଶ୍ରୀଜିଉ ବିଜେ କରିବେ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ପୂର୍ବରୁ ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ କରିଛନ୍ତି ଦଇତାପତି ସେବକ।




admin 