ବଢ଼ିବ ଏସି ଦର

ବଢ଼ିବ ଏସି ଦର

ବଢ଼ିବ ଏସି ଦର

ନୂଆଦିଲ୍ଲୀ: ବର୍ଦ୍ଧିତ ଇନ୍ଧନ ଖର୍ଚ୍ଚ ଏବଂ ବିଶ୍ୱ ବଜାରରେ ଯନ୍ତ୍ରାଂଶ ଅଭାବ ଯୋଗୁ ଆଗକୁ ଏୟାର୍‌ କଣ୍ଡିସନର(ଏସି) ଦର ବଢ଼ିବାକୁ ଯାଉଛି ।
ନିର୍ମାତାମାନଙ୍କ କହିବାନୁଯାୟୀ, ଦର ବଢ଼ାଇବା ଛଡ଼ା ସେମାନଙ୍କ ନିକଟରେ କୌଣସି ବିକଳ୍ପ ନାହିଁ । ଆସନ୍ତା ମାସରୁ ଗ୍ରାହକ ଏସି ଉପରେ ୩ରୁ ୪% ଅଧିକ ଦେବେ ବୋଲି କମ୍ପାନିଗୁଡ଼ିକ କହିଛନ୍ତି । ଚୀନ୍‌ରେ ଲକ୍‌ଡାଉନ୍‌ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତୀୟ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଶିଳ୍ପ କଞ୍ଚାମାଲ ଅଭାବ ପରିସ୍ଥିତିର ସାମ୍ନା କରୁଛି । ଇନ୍ଧନ ଦର ବୃଦ୍ଧି ସହ ଯନ୍ତ୍ରାଂଶ ଅଭାବ, ମୁଦ୍ରାସ୍ଫୀତି, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଚାହିଦା ବୃଦ୍ଧି ଆଦି ଶିଳ୍ପ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି କରିଛି । ଏଭଳି ସ୍ଥିତିରେ କମ୍ପାନିଗୁଡ଼ିକ ଦରବୃଦ୍ଧି କରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି ।