ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଜୁଏଲ କହିଦେଲେ ଏମିତି...

ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଜୁଏଲ କହିଦେଲେ ଏମିତି...

ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଜୁଏଲ କହିଦେଲେ ଏମିତି...

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିବାରେ ଲାଗିଛି । ତାହାକୁ ବିଜେପି ବିରୋଧ କରୁଥିବା ବେଳେ ତାଙ୍କରି ଦଳର ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ମତ ସ୍ପଷ୍ଟ ବୋଲି ଜଣାଇବାକୁ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ । ସେଥିରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିବା କହିଥିଲେ । ତା’ସହିତ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ତୁରନ୍ତ ଏହି ପ୍ରକଳ୍ପ କାମ ସାରିବାକୁ ସେ ନିବେଦନ କରିଥିଲେ ।

ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଏପରି ମତ ବିଭିନ୍ନ ବର୍ଗକୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆଜି ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ତାଙ୍କରି ଦଳର ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।

ସେ  କହିଛନ୍ତି, ବିଧାୟକଙ୍କର ବୋଧେ ହିସାବ କିତାବରେ କିଛିଟା ଭୁଲ୍ ହୋଇଯାଇଛି । କିଛି ଲୋକ ବା ଏକ ଗ୍ରୁପ୍ ଏଭଳି ବେଆଇନ କାମକୁ ସମର୍ଥନ କରୁଛନ୍ତି । ବିଧାୟକଙ୍କ ଉପରେ ସେମାନଙ୍କ ପ୍ରଭାବ ପଡ଼ିଥାଇପାରେ । କିଛି ଲୋକେ ବୋଧେ ବିଧାୟକଙ୍କ ଉପରେ ଚାପ ପକାଉଛନ୍ତି । ବିଧାୟକଙ୍କୁ ଡାକି କଥାବାର୍ତ୍ତା କରିବା ରାଜ୍ୟ ବିଜେପି ସଭାପତିଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।