ଅଙ୍ଗୁର କେଜି ୧୫00, ଆଳୁ ୩୪୦ ଟଙ୍କା...

ଅଙ୍ଗୁର କେଜି ୧୫00, ଆଳୁ ୩୪୦ ଟଙ୍କା...

ଅଙ୍ଗୁର କେଜି ୧୫00, ଆଳୁ ୩୪୦ ଟଙ୍କା...

କଲମ୍ୱୋ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମୁଦ୍ରାର ମୂଲ୍ୟ ହ୍ରାସ ହେତୁ ଦୈନନ୍ଦିନ ଜୀବନ ପାଇଁ ଜରୁରୀ ଜନିଷର ଦାମ୍‌ ଆକାଶ ଛୁଆଁ ହୋଇଛି । ସେଓ ପୂର୍ବରୁ  ୩୫୦ ଟଙ୍କା ଥିବା ବେଳେ ଏବେ ୧୨ ଶହ ଟଙ୍କାରେ ପହଞ୍ଚିଛି । ଆମ୍ୱ ପୂର୍ବରୁ ୩୫୦ ଥିବା ବେଳେ ଏବେ ୭୦୦ ଟଙ୍କାରେ ପହଞ୍ଚିଛି । କମଳା ପୂର୍ବରୁ ୪୦୦ ଥିବା ବେଳେ ଏବେ ଏହା ୮୦୦ ଟଙ୍କା । ସେହିପରି ସପୁରୀ ରେଟ୍‌ ପୂର୍ବରୁ ୨୦୦ ଥିବା ବେଳେ ଏବେ ୪୦୦ରେ ବିକ୍ରି ହେଉଛି ଏବଂ ଅଙ୍ଗୁର ପୂର୍ବରୁ ୧୨୦୦ ଟଙ୍କା ଥିବା ବେଳେ ଏବେ ଏହା ୧୫ ଶହ ଟଙ୍କାରେ ପହଞ୍ଚିଛି।  

ଅନ୍ୟପଟେ ଆଳୁ ବର୍ତ୍ତମାନ ୩୪୦ ଥିବା ବେଳେ ପୂର୍ବରୁ ୨୫୦ ଥିଲା ଜ୍ଝ ଟମାଟୋ – ବର୍ତ୍ତମାନ ୮୫୦ ଥିବା ବେଳେ ପୂର୍ବରୁ ୨୮୦, ଗାଜର – ବର୍ତ୍ତମାନ ୪୪୦ ପୂର୍ବରୁ ୨୨୦, କ୍ୟାପସିକମ୍ – ବର୍ତ୍ତମାନ ୮୫୦ ପୂର୍ବରୁ ୬୫୦, କୋବି – ବର୍ତ୍ତମାନ ୮୫୦ ପୂର୍ବରୁ ୬୫୦, ବାଇଗଣ – ବର୍ତ୍ତମାନ ୪୮୦ ପୂର୍ବରୁ ୧୮୦ ରହିଥିଲା ।
ଲୋକଙ୍କ ପାଖରେ ଟଙ୍କା ନାହିଁ । ଚାକିରି ନାହିଁ । ଦରଦାମ୍‌ ଆକାଶଛୁଆଁ । ଦିନକୁ ଦିନ ଜନିଷ ପତ୍ରର ମୃଲ୍ୟ ବୃଦ୍ଧି ହେବାରେ ଲାଗିଛି । ଖାଦ୍ୟ ସାମଗ୍ରୀ କିଣିବାକୁ ମଧ୍ୟ ଲୋକଙ୍କ ପାଖରେ ଅର୍ଥ ନାହିଁ । ପରିବା, ଫଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଦୁଇ-ତିନି ଗୁଣାରୁ ଅଧିକ ହୋଇଛି ।