ବିଜେପୁର ଉପନିର୍ବାଚନରେ ରେକଡର଼୍ ସୃଷ୍ଟି କରିବେ ରୀତା ସାହୁ

ବିଜେପୁର ଉପନିର୍ବାଚନରେ ରେକଡର଼୍ ସୃଷ୍ଟି କରିବେ ରୀତା ସାହୁ

ବିଜେପୁର ଉପନିର୍ବାଚନରେ ରେକଡର଼୍ ସୃଷ୍ଟି କରିବେ ରୀତା ସାହୁ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଇତିମଧ୍ୟରେ ୫ ରାଉଣ୍ଡ ଗଣତି ଶେଷ ହୋଇଥିବାବେଳେ ବିଜେଡ଼ି ବହୁ ଭୋଟରେ ଆଗୁଆ ରହିଛି । ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ବିଜେଡ଼ିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ସନତ ଗଡ଼ତିଆ ଓ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ଏଯାବତ ବିଜୁ ଜନତା ଦଳ ୨୯ ହଜାର ଭୋଟରେ ଆଗୁଆ ରହିଛି । ପଂଚମ ରାଉଣ୍ଡରେ ବିଜେଡ଼ି ଯେତିକି ବହୁ ଭୋଟରେ ଆଗୁଆ ଥିବାବେଳେ ରୀତା ସାହୁ ରେକଡର଼୍ ସୃଷ୍ଟି କରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତପୋଷଣ କରୁଛନ୍ତି । ଇତିମଧ୍ୟରେ ବିଜେଡ଼ି ପ୍ରାର୍ଥୀ ୩୮୨୧୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୯୫୦୭ ଖଣ୍ଡ ଭୋଟ ପାଇଛନ୍ତି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ୧୪୩୫ ଖଣ୍ଡ ଭୋଟ ପାଇଛନ୍ତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ପରେ ଇଭିଏମ ଭୋଟ ଗଣତି କରାଯାଇଥିଲା । ୧୪ଟି ଟେବୁଲରେ ୧୦୩ ଜଣ ଭୋଟ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି । ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜୟୀ ହୋଇଥିଲେ । ତେବେ ସେ ବିଜେପୁର ଆସନ ଛାଡ଼ି ଦେଇଥିଲେ । ବିଜେଡ଼ିରୁ ବହୁ ନେତା ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେବି ପୁଣିଥରେ ନବୀନ ବିଜେପୁରର ଦିବଂଗତ ନେତା ସୁବଳ ସାହୁଙ୍କ ପନôୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । ୨୦୧୮ ଉପନିର୍ବାଚନରେ ବି ରୀତା ବହୁ ଭୋଟରେ ବାଜିମାତ କରିଥିଲେ ।