ଏକଜିଟ ପୋଲ : ପୁଣି ମୋଦି ସରକାର

ଏକଜିଟ ପୋଲ : ପୁଣି ମୋଦି ସରକାର

ଏକଜିଟ ପୋଲ : ପୁଣି ମୋଦି ସରକାର
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ମେ’ ୨୩ରେ ଫଳାଫଳ ପ୍ରକାଶ ପାଇବ । ତେବେ ଇତିମଧ୍ୟରେ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଏକଜିଟ ପୋଲ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଅଧିକାଂଶ ସର୍ଭେରେ ପୁଣି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଗଢ଼ିବ ବୋଲି କୁହାଯାଇଛି । ରିପବ୍ଲିକ ଟିଭି-ସି ଭୋଟର ସର୍ଭେ ଅନୁଯାୟୀ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ୨୮୭ ଆସନ ପାଇବେ । ଯେତେବେଳେକି କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକୁ ୧୨୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଯେତେବେଳେକି ଅନ୍ୟ ଦଳଗୁଡ଼ିକ ୧୨୭ ଆସନ ପାଇବେ । ଅପରପକ୍ଷରେ ରିପ୍ଲବିକ-ଜନକୀବାତର ସର୍ଭେ ଅନୁଯାୟୀ ଏନଡ଼ିଏକୁ ୩୦୫, ଉପାକୁ ୧୨୪ ଓ ଅନ୍ୟ ଦଳଗୁଡ଼ିକୁ ୧୧୩ ଆସନ ମିଳିବ । ସେହିପରି ଟାଇମ୍ସ ନାଓ-ଭିଏମଆରର ସର୍ଭେ ଅନୁଯାୟୀ ଏନଡ଼ିଏକୁ ୩୦୬ ଆସନ ମିଳିବାର ଥିବାବେଳେ ଉପାକୁ ୧୪୨ ଆସନ ମିଳିବ । ଅପରପକ୍ଷରେ ଅନ୍ୟ ଦଳଗୁଡ଼ିକ ୯୪ ଆସନ ପାଇବେ ବୋଲି ଆକଳନ କରାଯାଇଛି । ସେହିପରି ନୁ୍ୟଜ ନେସନର ସର୍ଭେ ଅନୁଯାୟୀ ଏନଡ଼ିଏକୁ ୨୮୨ରୁ ୨୯୦ ଆସନ ମିଳିବ । ଯେତେବେଳେକି ଉପା ୧୧୮ରୁ ୧୨୬ ଓ ଅନ୍ୟ ଦଳକୁ ୧୩୦ରୁ ୧୩୮ ଆସନ ମିଳିବ ।