ଭୁବନେଶ୍ୱରେ ମହାରାଷ୍ଟ୍ର STF ଓ NIA ଟିମ୍‌

ଭୁବନେଶ୍ୱରେ ମହାରାଷ୍ଟ୍ର STF ଓ NIA ଟିମ୍‌

ଭୁବନେଶ୍ୱର : ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ଘଟଣା । ଅଭିଯୁକ୍ତ ସଂଜୟ ଜମ୍ବୁରେକୁ ୪ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ STF ।ସେପଟେ ଭୁବନେଶ୍ବରରେ ପହଁଚିଲେ ମହାରଷ୍ଟ୍ର STF ଓ NIA ଟିମ୍। ସଂଜୟ ଜମ୍ବୁରେର ପାକିସ୍ତାନ ଲିଙ୍କ ନେଇ ତାକୁ ପଚରାଉଚରା କରାଯିବ । ସଞ୍ଜୟ କେଉଁ ସବୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ସେୟାର କରିଛନ୍ତି ସେ ସଂପର୍କରେ ହେବ ଖୋଳତାଡ଼ । ଏନେଇ ସୂଚନା ଦେଇଛନ୍ତି STF ଆଇଜି ଜୟନାରାୟଣ ପଙ୍କଜ ।
ସୂଚନାଯୋଗ୍ୟ ଯେ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଓଟିପି ସେୟାରିଂ ଘଟଣାରେ ମୋଟ ୪ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ସମସ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ।