ଲାଗିଲା ମାଓ ପୋଷ୍ଟର, ରାସ୍ତା କାମକୁ ବିରୋଧ
ମୁନିଗୁଡ଼ା : ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ଲାଗିଲା ମାଓ ପୋଷ୍ଟର। ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।
ମାଓବାଦୀମାନେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ସରକାର ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି। ତେଣୁ ସରକାରଙ୍କୁ ବିରୋଧ କରନ୍ତୁ। ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉଁ ଦଲାଲମାନେ ବୁଲୁଛନ୍ତି ସେମାନେ ସାବଧାନ ରୁହନ୍ତୁ। ଗତ ମେ ୧୫ ତାରିଖରେ ହେବକୁ ଥିବା ବନ୍ଦ ଡାକରାକୁ ଯେଉଁମାନେ ବିରୋଧ ଓ ପୋଷ୍ଟରକୁ ଲୁଚାଇଛନ୍ତି ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ। କିଛି ସାମ୍ବାଦିକମାନେ ପୋଲିସ ଓ ପ୍ରଶାସନର ସପକ୍ଷରେ ରାଜ ଚଲାଇ ଗରିବ ଲୋକର ସମସ୍ୟାକୁ ସହଯୋଗ କରୁନାହାଁନ୍ତି। ପୋଷ୍ଟର ଓ ବ୍ୟାନରକୁ cpi ମାଓବାଦୀ ବଂଶଧରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି ।




user1 