ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ

ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ

ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ
ମୁମ୍ବାଇ : ପ୍ରଥମ ଭାରତୀୟ ଭାବରେ ଓସ୍କାର ହାସଲ କରିଥିବା ଭାନୁ ଆଥେୟାଙ୍କ ଆଜି ପରଲୋକ ହୋଇଛନ୍ତି । ଭାନୁ ୯୧ ବର୍ଷ ବୟସରେ ଚିରନିଦ୍ରାରେ ଶୋଇଯାଇଥିବା ବେଳେ ମୁମ୍ବାଇ ସ୍ଥିତ ଚନ୍ଦନବାଡି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଇଥିଲା । ୧୯୮୩ରେ ନିର୍ମିତ ଫିଲ୍ମ ଗାନ୍ଧୀ ପାଇଁ କଷ୍୍ୟୁମ ଡିଜାଇନରେ ଓସ୍କାର ହାସଲ କରିଥିଲେ ଆଥେୟା । ୮ ବର୍ଷ ତଳେ ଭାନୁଙ୍କ ବ୍ରେନ ଟ୍ୟୁମର ଥିବା ଜଣାପଡିଥିଲା । ବିଗତ ତିନି ବର୍ଷ ଧରି ଶଯ୍ୟା ଶାୟୀ ରହିଥିଲେ ଏବଂ ଆଂଶିକ ପକ୍ଷାଘାତରେ ମଧ୍ୟ ପୀଡିତ ଥିଲେ ଭାନୁ । ୫୦ ବର୍ଷରୁ ଅଧିକ ସମୟ ଧରି କାମ କରିଥିବା ଭାନୁ ୧୦୦ରୁ ଅଧିକ ଫିଲ୍ମରେ କାମ କରିବା ସହିତ ଦୁଇଟି ଜାତୀୟ ପୁରସ୍କାର ହାସଲ କରିଥିଲେ । ୨୦୧୨ରେ ଏକାଡେମୀ ଅଫ ମୋସନ ପିକଚର୍ସକୁ ନିଜର ଓସ୍କାର ଟ୍ରଫି ପ୍ରଦାନ କରିଥିଲେ । ସୁରକ୍ଷିତ ଭାବରେ ରଖିବା ପାଇଁ ଏହି ଟ୍ରଫିକୁ ଭାନୁ ପ୍ରଦାନ କରିଥିଲେ ।