ଭୁବନେଶ୍ୱର ବିମାନ ବନ୍ଦରର ହେବ ଘରୋଇକରଣ

ଭୁବନେଶ୍ୱର ବିମାନ ବନ୍ଦରର ହେବ ଘରୋଇକରଣ

ଭୁବନେଶ୍ୱର ବିମାନ ବନ୍ଦରର ହେବ ଘରୋଇକରଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ମାଙ୍ଗାଲୋର, ଲକ୍ଷ୍ନୌ, ଗୁଆହାଟି, ତିରୁଅନନ୍ତପୁରମ ଏବଂ ଜୟପୁର ବିମାନ ବନ୍ଦରର ଭଳି ଦେଶର ୭ଟି ବିମାନ ବନ୍ଦରକୁ ଘରୋଇ କରଣ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ଟି ଘରୋଇକରଣ କରାଯିବ । ଏଥିରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି । ଘରୋଇ କରଣ ହେଲେ ପରିଚାଳନା ଭାଗ ଘରୋଇ ସଂସ୍ଥା ହାତକୁ ଯିବ । କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ । ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଘରୋଇ କରଣ ହେବାକୁ ଥିବା ଅନ୍ୟ ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ଅମୃତସର, ଇନେ୍ଦାର, ରାଞ୍ଚି, ତି୍ରଚି ଏବଂ ରାୟପୁର ରହିଛି । କ୍ୟାବିନେଟ ଅନୁମୋଦନ ପରେ ଏଥିଲାଗି ବିଡିଂ ପ୍ରକି୍ରୟା କରାଯିବ । ଘରୋଇ କରଣ କରାଯାଉଥିବା ବିମାନ ବନ୍ଦରର ପରିଚାଳନା ଓ ବିକାଶ ସରକାରୀ ଘରୋଇ ସହଭାଗିତା ଭିତ୍ତିରେ ହେବ । କ୍ୟାବିନେଟ ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏ ସମ୍ପର୍କରେ ପ୍ରସ୍ତାବ ଆଗତ କରିବ ବୋଲି ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ।