ଭୁଲ ଲୋକ ଠାରୁ ଚେନ ଝିଙ୍କି ଲୁଟେରା ଛେଚା ଖାଇଲେ

ଭୁଲ ଲୋକ ଠାରୁ ଚେନ ଝିଙ୍କି ଲୁଟେରା ଛେଚା ଖାଇଲେ

ଭୁଲ ଲୋକ ଠାରୁ ଚେନ ଝିଙ୍କି  ଲୁଟେରା ଛେଚା ଖାଇଲେ
କଟକ: କଟକ ଯୋବ୍ରା ରୋଡରେ ସୋମବାର ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି । ଭୁଲ ଲୋକ ଠାରୁ ଚେନ ଝିଙ୍କି ଜଣେ ଲୁଟେରା ଛେଚା ଖାଇଛି । ଜଣେ ମହିଳା କନଷ୍ଟେବଳଙ୍କ ବେକରୁ ଲୁଟେରା ଜଣକ ଚେନ ଲୁଟ ଉଦ୍ୟମ କରୁଥିବାବେଳେ ସମ୍ପୃକ୍ତ କନଷ୍ଟେବଳ ତାଙ୍କୁ ମାଡ଼ି ବସିଥିଲେ । ଲୁଟେରା ଜଣକ ମାଲଗୋଦାମ ଥାନାର ଜଣେ ମହିଳା କନଷ୍ଟେବଳଙ୍କ ଠାରୁ ଚେନ ଲୁଟ କରିବାକୁ ଉଦ୍ୟମ କରିଥିଲା । କନଷ୍ଟେବଳ ଜଣକ ଥାନାକୁ ଯିବା ବେଳେ ଯୋବ୍ରା ରୋଡ଼ରେ ଲୁଟେରା ଜଣକ ଚେନ ଲୁଟ କରିବାକୁ ଉଦ୍ୟମ କରିଥିଲା । ତେବେ ଚେନ ଝିଙ୍କିବା ବେଳେ ସମ୍ପୃକ୍ତ ମହିଳା କନଷ୍ଟେବଳ ଲୁଟେରାକୁ ମାଡ଼ି ବସିଥିଲେ । ପରେ ଉପସ୍ଥିତ ଲୋକେ ଲୁଟେରାକୁ ଧରି ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ ।