ମଣିଷ ସର୍ବାଧିକ କେତେ ଦିନ ଯାଏ ବଞ୍ଚିପାରିବ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ମଣିଷ ସର୍ବାଧିକ କେତେ ଦିନ ଯାଏ ବଞ୍ଚିପାରିବ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ମଣିଷ ସର୍ବାଧିକ କେତେ ଦିନ ଯାଏ ବଞ୍ଚିପାରିବ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଯଦି ଆମେ ୮୦ ବର୍ଷ ବୟସରେ ଜନ୍ମଧାରଣ କରି ଧୀରେ ଧୀରେ ୧୮ ବର୍ଷ ଆଡ଼କୁ ଗତି କରିବା, ତେବେ ଜୀବନ ଅନିର୍ଦ୍ଧିଷ୍ଟ କାଳ ଯାଏ ସୁଖଶୀଳ ହୋଇ ରହିପାରିବ ବୋଲି ଆମେରିକାର ଖ୍ୟାତନାମା ସାହିତି୍ୟକ ମାର୍କ ଟ୍ୱେନ ଦେଇଥିବା ବକ୍ତବ୍ୟ ଯୁଗେ ଯୁଗେ ଏକ ପରିକଳ୍ପନା ହୋଇ ରହିଆସିଛି । ତାହାକୁ ଭିତ୍ତି କରି ଆମ ମନୁଷ୍ୟ ସମାଜ ଯୁବସୁଲଭ ଠାଣିରେ ଅମର ହୋଇ ବଞ୍ଚି ରହିବାର ବାସ୍ତବ ରୂପରେଖ ଶତାବ୍ଦୀ ଶତାବ୍ଦୀ ଧରି ଖୋଜି ଚାଲିଛି । ତେବେ ମନୁଷ୍ୟ ବାସ୍ତବରେ ସର୍ବାଧିକ କେତେ ଦିନ ଯାଏ ବଞ୍ଚିପାରିବ, ତାହାର ଉତ୍ତର ବାହାର କରିବାକୁ ସିଙ୍ଗାପୁରର କିଛି ଗବେଷକ ସେମାନଙ୍କର ଅନୁଧ୍ୟାନ ଜାରି ରଖିଛନ୍ତି । ଏ ପରିପ୍ରେକ୍ଷୀରେ ମନୁଷ୍ୟ ୧୨୦ରୁ ୧୫୦ ବର୍ଷ ଯାଏ ଜୀବନ ଧାରଣ କରିପାରିବ ବୋଲି ଜିରୋ ନାମକ ଜୈବପ୍ରଯୁକ୍ତି କମ୍ପାନିର ଏହି ଗବେଷକମାନେ କହିଛନ୍ତି । ନେଚର କମୁ୍ୟନିକେସନ ନାମକ ପତ୍ରିକାରେ ପ୍ରକାଶିତ ସେମାନଙ୍କର ରିପୋର୍ଟ ଅନୁଯାୟୀ, ମୃତୁ୍ୟ ଜୀବନର ଏକ ଅନ୍ତର୍ଭୁକ୍ତ ବା ସ୍ୱାଭାବିକ ଜୈବ ଗୁଣ ଯାହା ବିଭିନ୍ନ ଚାପ ଉପରେ ନିର୍ଭର କରିନଥାଏ । ଆମେରିକା, ରୁଷିଆ ଓ ବ୍ରିଟେନର ବିଭିନ୍ନ ଗୋଷ୍ଠୀର ସ୍ୱାସ୍ଥ୍ୟ ସଂକ୍ରାନ୍ତ ତଥ୍ୟାବଳିକୁ ତର୍ଜମା କରି ସେମାନେ ଏପରି ନିର୍ଯାସ ପାଇପାରିଛନ୍ତି । ଲୋକେ ପ୍ରତ୍ୟହ ନେଉଥିବା ବିଭିନ୍ନ ପଦକ୍ଷେପ ସାଙ୍ଗକୁ ସେମାନଙ୍କ ରକ୍ତକଣିକା ସଂଖ୍ୟାରେ ସଂଘଟିତ ପରିବର୍ତ୍ତନକୁ ସେମାନେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ । ମନୁଷ୍ୟର ବୟସ ବଢ଼ିବା ଦ୍ୱାରା ଏପରି ସାର୍ବଜନୀନ ଉପାଦାନ ପ୍ରଦର୍ଶନ କରିଥାଏ ଯାହା ବିଘଟନ ପାଇଁ କାର୍ଯ୍ୟ କରୁଥିବା ଜଟିଳ ପ୍ରକ୍ରିୟା ସହ ସମତୁଲ ବୋଲି ସେମାନେ କହିଛନ୍ତି । ତେଣୁ ବୟସ ବଢ଼ିବା ସହ କୌଣସି ରୋଗ ବାହାରେ ବି ଶରୀରରେ କ୍ଷୟପ୍ରାପ୍ତ ରକ୍ତକଣିକା ସଂଖ୍ୟାର ଭରଣା ପାଇଁ ସାମର୍ଥ୍ୟ କମି କମି ଆସିଥାଏ । ରକ୍ତକଣିକା ସଂଖ୍ୟାରେ ଏପରି ଅଧୋଗତି ହିଁ ସ୍ୱାଭାବିକ ମୃତୁ୍ୟର ଆଗମନକୁ ନିର୍ଦ୍ଧାରଣ କରିଥାଏ । ଏପରି ରକ୍ତକଣିକା ହ୍ରାସରେ ଭରଣା କରିବାର ସାମର୍ଥ୍ୟ ୧୨୦ରୁ ୧୫୦ ବର୍ଷ ଭିତରେ ସମ୍ପର୍ଣ୍ଣ ଲୋପ ପାଇଯାଇଥାଏ ।