ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା
ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଶିବରାଜ ସିଂହ ନିଜର ସ୍ୱାବ ପରୀକ୍ଷା କରାଇଥିଲେ । ତେବେ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କ ସହ ମିଶିଥିବା ବ୍ୟକ୍ତିମାନେ ତୁରନ୍ତ ନିଜର କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ତାଙ୍କ ପରିବାରବର୍ଗଙ୍କ ମଧ୍ୟରୁ କାହାକୁ କରୋନା ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ପ୍ରତିକାରାତ୍ମକ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିବା କେତେକ ସ୍ଥାନକୁ ସିଲ କରିଦିଆଯାଇଛି । ଏବେ ସାନିଟାଇଜେସନ ଜାରି ରହିଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରଦେଶରେ ୨୬୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେତେକ ମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କ୍ୟାବିନେଟ ବୈଠକରେ ଯୋଗଦେବା ପରେ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଫଳରେ ଅନେକ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇପାରନ୍ତି ବୋଲି କୁହାଯାଉଛି ।