ନୂଆ ‘ଷ୍ଟ୍ରେନ’ ନେଇ ଭୟ କରିବାର ନାହିଁ : ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ
ନୂଆ ‘ଷ୍ଟ୍ରେନ’ ନେଇ ଭୟ କରିବାର ନାହିଁ : ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ
admin
Dec 29, 2020 - 07:20
Updated: Dec 29, 2020 - 07:20
ଭୁବନେଶ୍ୱର: ଭାରତରେ କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଦେହରେ କରୋନାର ନୂଆ ଷ୍ଟ୍ରେନ୍ର ଲକ୍ଷଣ ପ୍ରକାଶ ପାଇଛି । ତେବେ ନୂଆ ‘ଷ୍ଟ୍ରେନ’ ନେଇ ଭୟ କରିବାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ନୂଆ ଷ୍ଟ୍ରେନ ପାଇଁ କୌଣସି ରାଜ୍ୟରେ ମୃତୁ୍ୟ କି ରୋଗୀ ସଂଖ୍ୟା ବଢୁନି । ନୂଆ ଷ୍ଟ୍ରେନ ମୁକାବିଲା ପାଇଁ ଆମେ ପୁରା ପ୍ରସ୍ତୁତ । ବି୍ରଟେନରୁ ବିମାନସେବା ବନ୍ଦ ଅଛି । ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଟ୍ରାକ କରାଯାଉଛି । ନୂଆ ଷ୍ଟ୍ରେନର ଲକ୍ଷଣ ସମାନ, ଚିକିତ୍ସା ବି ସମାନ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ଅନ୍ୟପକ୍ଷରେ ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ କୌଣସି ପତ୍ତା ମିଳୁନଥିବା ଗତକାଲି ଅର୍ଥାତ ସୋମବାର ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଥିଲେ । ସେ କହିଥିଲେ ଯେ, ନଭେମ୍ବର ୩୦ରୁ ଡିସେମ୍ବର ୨୧ ମଧ୍ୟରେ ୧୮୧ ଜଣ ୟୁକେରୁ ଆସିଛନ୍ତି । ସେଥିରୁ ୧୧୯ ଜଣଙ୍କ ଟେଷ୍ଟ କରାଯାଇଛି । ସେଥିରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାକି ୬୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ୱାରେଣ୍ଟାଇନ ସମୟ ସାରିଥିବାରୁ ଭୟ କରିବା ଅନାବଶ୍ୟକ । ସେମାନଙ୍କ ଭିତରେ କେହି ପଜିଟିଭ ମିଳିଥିଲେ ଜିନ ସିକୁ୍ୟଏନସିଂ ହୋଇଥାନ୍ତା ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଥିଲେ ।