ଶ୍ରୀମନ୍ଦିରରେ ଆଜିଠୁ ଭଡାଟିଆଙ୍କୁ ଜଗା ଦର୍ଶନ

ଶ୍ରୀମନ୍ଦିରରେ ଆଜିଠୁ ଭଡାଟିଆଙ୍କୁ ଜଗା ଦର୍ଶନ

 ଶ୍ରୀମନ୍ଦିରରେ ଆଜିଠୁ ଭଡାଟିଆଙ୍କୁ ଜଗା ଦର୍ଶନ
ପୁରୀ: ରାଜ୍ୟରେ ଧୀରେ ଧୀରେ ସୁଧୁରୁଛି କରୋନା ସ୍ଥିତି । ଆଉ ଏଥିପାଇଁ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ମନ୍ଦିର ମଧ୍ୟ ଖୋଲୁଛି । ଏହାରି ଭିତରେ ପୁରୀ ଶ୍ରୀମନ୍ଦିର ଖୋଲିଛି । ଆଉ ପ୍ରଶାସନର ନିଷ୍ପତ୍ତି କ୍ରମେ ପ୍ରଥମେ ସେବାୟତ ପରିବାର ଓ ପରେ ପୁରୀବାସୀ ଜଗାଙ୍କୁ ଦର୍ଶନ କରିଛନ୍ତି । ଏହାରି ଭିତରେ ପୁରୀରେ ରହୁଥିବା କର୍ମଜୀବୀ ଓ ଭଡ଼ାଟିଆଙ୍କ ପାଇଁ ଶ୍ରୀଜିଉ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ଭଡ଼ାଟିଆ ଓ କର୍ମଜୀବୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ପ୍ରଦାନ କରାଯାଇଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଟୋକନ ପାଇଥିଲେ ସେମାନେ ଆଜିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଆନୁଷ୍ଠାନିକ ଭାବେ ସେମାନଙ୍କ ପାଇଁ ୩୦ ଓ ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ମାତ୍ର ଟୋକନ ଥିଲେ ଆଜି ଠାରୁ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଭଡ଼ାଟିଆଙ୍କ ପାଇଁ ନୀଳ ରଙ୍ଗ ଓ କର୍ମଜୀବୀଙ୍କ ପାଇଁ ସବୁଜ ରଙ୍ଗର ଟୋକନ ବ୍ୟବସ୍ଥା କରାଯାଇଛି । ଘରମାଲିକଙ୍କ ଠାରୁ ଲିଖିତ ଅନୁମତି ଆଣିଲେ ସେମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।