୬୨ହଜାର ନୂତନ ମାମଲା ସହିତ ୨୦ ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୬୨ହଜାର ନୂତନ ମାମଲା ସହିତ ୨୦ ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୬୨ହଜାର ନୂତନ ମାମଲା ସହିତ ୨୦ ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ ୨୦ ଲକ୍ଷ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ନୂତନ ମାମଲା ସହିତ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି । ଜୁଲାଇ ୧୭ରେ ଏହି ସଂଖ୍ୟା ୧୦ ଲକ୍ଷ ରହିଥିବା ବେଳେ ୨୧ ଦିନ ମଧ୍ୟରେ ଏହି ସଂଖ୍ୟା ଦୁଇ ଗୁଣ ହୋଇଛି । ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୮୮୬ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା୪୧୫୮୫ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୩.୭୮ ଲକ୍ଷ ଆକ୍ରାନ୍ତ ସୁସ୍ଥ ହେବା ସହିତ ସୁସ୍ଥ ହାର ୬୯.୭୮ ପ୍ରତିଶତ ରହିଛି ।