୨୪ ଘଣ୍ଟାରେ ୭୮ ହଜାର ଆକ୍ରାନ୍ତଙ୍କ ସହିତ ୩୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
୨୪ ଘଣ୍ଟାରେ ୭୮ ହଜାର ଆକ୍ରାନ୍ତଙ୍କ ସହିତ ୩୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
admin
Aug 31, 2020 - 05:16
Updated: Aug 31, 2020 - 05:16
ନୂଆଦିଲ୍ଲୀ : ଭାରତର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ ବିଗତ ୨୪ ଘଣ୍ଟା ମଧ୍ୟରେ ୭୮ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ଅତିକ୍ରମ କରିଛି । ୭୮୫୧୨ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୨୧ହଜାର ୨୪୬ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୭୮୫୧୨ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୯୭୧ ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା ୭୮୫୧୨ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ଲକ୍ଷ ୭୪ ହଜାର ୮୦୨ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୮୧ ହଜାର ୯୭୫ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦେଶରେ ଆରୋଗ୍ୟ ହାର ୭୬.୬୧ ପ୍ରତିଶତ ଛୁଇଁଛି । ସେହିପରି ରବିବାର ଦିନ ଦେଶରେ ୮ ଲକ୍ଷ ୪୬ ହଜାର ୨୭୮ ନମୂନା ପରୀକ୍ଷଣ କରାଯାଇଥିବା ଜଣାପଡିଛି ।