ଧର୍ମେନ୍ଦ୍ରଙ୍କ ଝିଅର ଫୋନ ବିଲ ଦେଉଛି ପେଟ୍ରୋନେଟ, ତଦନ୍ତ ପାଇଁ ପ୍ରଶାନ୍ତ ଭୂଷଣଙ୍କ ଦାବି
ଧର୍ମେନ୍ଦ୍ରଙ୍କ ଝିଅର ଫୋନ ବିଲ ଦେଉଛି ପେଟ୍ରୋନେଟ, ତଦନ୍ତ ପାଇଁ ପ୍ରଶାନ୍ତ ଭୂଷଣଙ୍କ ଦାବି
admin
Aug 31, 2020 - 04:53
Updated: Aug 31, 2020 - 04:53
ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନିଶାନାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କିଭଳି ରାଷ୍ଟ୍ରାୟତ ଉଦ୍ୟୋଗ ପେଟ୍ରୋନେଟକୁ ଲୁଟ କରୁଛନ୍ତି ସେନେଇ ସେ ତଥ୍ୟ ପ୍ରମାଣ ସହ ଅଭିଯୋଗ ବାଢିଛନ୍ତି । ଏମିତିକି ସିଭିସି ଏହାର ତଦନ୍ତ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିବାବେଳେ ଏଯାଏଁ କାହିଁକି ତଦନ୍ତ କରାଯାଉନାହିଁ ବୋଲି ପ୍ରଶାନ୍ତ ଭୂଷଣ ପ୍ରଶ୍ନ କରିଛନ୍ତି ।
ଟ୍ୱିଟ ଯୋଗେ ପ୍ରଶାନ୍ତ ଭୂଷଣ ଉଲ୍ଲେଖ କରିଛନ୍ତିଯେ, ରାଷ୍ଟ୍ରାୟାତ ଉଦ୍ୟୋଗ ପେଟ୍ରୋନେଟକୁ କିଭଳି ଲୁଟ କରାଯାଉଛି ତାହାର ଏକ ସେ ଉଦାହରଣ ଦେଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଝିଅଙ୍କର ଇଂଟରନାସନାଲ କଲ ପାଇଁ ୬୮ ହଜାର ଟଙ୍କା ପେଟ୍ରୋନେଟ ଦେଇଛି । ଏହାର ଏମଡ଼ି ଓ ସିଇଓ ପ୍ରଭାତ ସିଂହ ଏହି ବିଲକୁ ଅନୁମୋଦନ ଦେଇଛନ୍ତି । ହାଇକୋର୍ଟ ଏହାର ସିଭିସି ତଦନ୍ତ ପାଇଁ କହିଥିଲେ ମଧ୍ୟ ଏଯାଏଁ ତଦନ୍ତ ହୋଇନାହିଁ । ତାଙ୍କୁ ପିଏମଓ ସୁରକ୍ଷା ଦେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଟ୍ୱିଟରେ ସେ ଇନଭଏସ କପି ମଧ୍ୟ ପ୍ରଦାନ କରିଛନ୍ତି । ଧର୍ମେନ୍ଦ୍ରଙ୍କ ଝିଅ ନମିଶା ପ୍ରଧାନ ବିଦେଶ ଗସ୍ତରେ ଯାଇଥିବାବେଳେ ଫୋନ କରିଥିଲେ । ଏଥିପାଇଁ ସେ ଏକ ଗ୍ଲୋବାଲ ସିମ ନେଇଥିଲେ । ଅଗଷ୍ଟ ୧୬ରୁ ଅଗଷ୍ଟ ୨୫ ପର୍ୟ୍ୟନ୍ତ ଏହି ଟି୍ରପ ଥିବାବେଳେ ୨୦୧୭ ଅଗଷ୍ଟ ୩୦ରେ ବିଲ କରାଯାଇଛି । ଯାହାର ବିଲ ପରିମାଣ ହେଉଛି ୬୨୯୨୮ ଟଙ୍କା । ଅନ୍ୟ ଏକ ପତ୍ରରେ ଉଲ୍ଳେଖ କରାଯାଇଛିଯେ, ପେଟ୍ରୋଲିୟମ ମନ୍ତ୍ରୀଙ୍କ ଅଫିସ ପାଇଁ ଏକ ମାଟ୍ରିକ୍ସ ଇଂଟରନାସନାଲ କାଡର଼୍ର ଆବଶ୍ୟକତା ଥିଲା । ତେଣୁ ଜରୁରୀକାଳୀନ ଭିତିରେ ମାଟ୍ରିକ୍ସ ସେଲୁଲାର ଇଂଟରନାସନାଲ ସର୍ଭିସ ଠାରୁ ଏକ ଭଏସ ଓ ଡାଟା କାଡର଼୍ ନିଆଯାଇଥିଲା । ଯାହାର ମୋଟ ବିଲ ପରିମାଣ ହେଉଛି ୬୮୪୨୪ ଟଙ୍କା । ଏହି ଟଙ୍କା ସଂପୃକ୍ତ କମ୍ପାନୀକୁ ପ୍ରଦାନ କରିବା ପାଇଁ ପ୍ରଭାତ ସିଂହ ଅନୁମୋଦନ ଦେଇଥିବାବେଳେ ଏହାର ତଦନ୍ତ ପାଇଁ ପ୍ରଶାନ୍ତ ଭୂଷଣ ଦାବି କରିଛନ୍ତି ।