ମହାକାଳପଡ଼ାରେ ନବୀନଙ୍କ ରୋଡ୍‌ ସୋ’

ମହାକାଳପଡ଼ାରେ ନବୀନଙ୍କ ରୋଡ୍‌ ସୋ’

ମହାକାଳପଡ଼ାରେ ନବୀନଙ୍କ ରୋଡ୍‌ ସୋ’
ମହାକାଳପଡ଼ା : ମୁଁ ଆପଣମାନଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି। କେନ୍ଦ୍ରାପଡ଼ା ଜିଲା ମାହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିର ପଞ୍ଚାୟତ ହରିଆବାଙ୍କ ଗ୍ରାମରୁ ନିର୍ବାଚନୀ ପ୍ରଚାର ରୋଡ ଶୋ’ ଆରମ୍ଭ ଅବସରରେ ଶୁକ୍ରବାର ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୧ଟା ୪୫ରୁ ମୁଖ୍ୟମନ୍ତ୍ରୀ ହରିଆବାଙ୍କ ଗ୍ରାମରୁ ରୋଡ ଶୋ’ ଆରମ୍ଭ କରିଛନ୍ତି। ହେଲିପ୍ୟାଡ୍‌ରୁ ଅବତରଣ କରିବା ପରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କ ସମେତ ଦଳୀୟ କର୍ମୀ ଓ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ସେଠାରୁ ହାଇଟେକ୍‌ ବସ୍‌ରେ ଚଢ଼ି ଖରିନାସି, ରାମନଗର, ରାମଚଣ୍ଡୀ, ବଉଳକଣିଠାରୁ ଜମ୍ବୁ-ମାର୍ଶାଘାଇ ମୂଳ କେନାଲ ବନ୍ଧରେ ରୋଡ୍‌ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗ୍ରାମବାସୀ ଓ ମହିଳାମାନଙ୍କୁ ସମ୍ବୋଧନ କରିବା ସହ ବିଜେଡିକୁ ଭୋଟ ନେବାକୁ ନିବେଦନ କରିଛନ୍ତି। ସେଠାରୁ ମୁଖ୍ୟମନ୍ତ୍ରୀ ଛପାଲି ଦେଇ ଗରଦପୁର ଯାଏ ରୋଡ ଶୋ’ କରିବେ। ସେଠାରୁ ପାଟକୁରା ଦେଇ ଇଚ୍ଛାପୁରସ୍ଥିତ ବଳଦେବଜିଉ ମନ୍ଦିର ଦର୍ଶନ କରିବାକୁ ଯିବେ। ତା’ପରେ କେନ୍ଦ୍ରାପଡ଼ା ସହରରେ ପ୍ରବେଶ କରି ସେଠାରୁ କଣ୍ଟିଲୋ ଯିବେ ଓ ଆଇ.ବିରେ ରାତ୍ରୀ ଯାପନ କରିବେ ବୋଲି ଜଣାପଡ଼ିଛି।