ମାଆ ଆଗେଇଲେ ଦେଶ ଆଗେଇବ: ମୁଖ୍ୟମନ୍ତ୍ରୀ

ମାଆ ଆଗେଇଲେ ଦେଶ ଆଗେଇବ: ମୁଖ୍ୟମନ୍ତ୍ରୀ

ମାଆ ଆଗେଇଲେ ଦେଶ ଆଗେଇବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶନିବାର ବିଜେଡି ପକ୍ଷରୁ ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । କୋଭିଡ ଗାଇଡଲାଇନ ମଧ୍ୟରେ ଦଳ ପ୍ରତିିଷ୍ଠା ଦିବସ ପାଳନ କରୁଛି । ଭୁବନେଶ୍ୱରରେ ଦଳର ମୁଖ୍ୟାଳୟରେ ଏନେଇ ଏକ ସମାବେଶ ଅନୁଷ୍ଠିତ ହୋଇଛି । ଏହାଛଡ଼ା ପ୍ରତି ନିର୍ବାଚନମଣ୍ଡଳୀରେ ମଧ୍ୟ ଦଳର ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ନିଜର ଉଦବୋଧନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମହିଳା ସଶକ୍ତିକରଣ କରିବା ଆମର ମୂଳ ଲକ୍ଷ୍ୟ । ମା’ ଆଗେଇଲେ ଦେଶ ଓ ସମାଜ ଆଗେଇବ । ବିଜୁ ବାବୁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସଂସଦ ଓ ବିଧାନସଭାରେ ସଂରକ୍ଷଣ ପାଇଁ ବିଜେଡି ଲଢେଇ କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାତୀୟ ଦଳଗୁଡ଼ିକୁ ଟାର୍ଗେଟ କରି କହିଛନ୍ତି ଯେ, ମହିଳାଙ୍କୁ ନେଇ ଜାତୀୟ ଦଳଗୁଡ଼ିକ ବଡ଼ ବଡ଼ କଥା କହୁଛନ୍ତି । ମାତ୍ର ନିର୍ବାଚନ ସରିବା ପରେ ମହିଳାଙ୍କ କଥା ଭୁଲିଯାଉଛନ୍ତି । ସଂରକ୍ଷଣ ନେଇ ପ୍ରତ୍ୟେକ ସ୍ତରରେ ବିଜେଡି ପ୍ରସଙ୍ଗ ଉଠାଇବ । ଭାରତର ସମସ୍ତ ମହିଳାଙ୍କୁ ଏନେଇ ବିଜେଡି ସଚେତନ କରିବ । ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଏକ ଆନେ୍ଦାଳନର ରୂପ ଦେବୁ । ମା’ ମାନଙ୍କ ହକ ସେମାନଙ୍କୁ ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।