ମୁଁ କଂଗ୍ରେସ ଅଧ୍ୟକ୍ଷ ନୁହଁ : ରାହୁଲ

ମୁଁ କଂଗ୍ରେସ ଅଧ୍ୟକ୍ଷ ନୁହଁ : ରାହୁଲ

ମୁଁ କଂଗ୍ରେସ  ଅଧ୍ୟକ୍ଷ ନୁହଁ  : ରାହୁଲ
ଭୁବନେଶ୍ୱର : ‘କଂଗ୍ରେସ ସଭାପତି ପଦରୁ ମୁଁ ଇସ୍ତଫା ଦେଇସାରିଛି । ମୁଁ ଏବେ ସଭାପତି ନାହିଁ । ଖୁବଶୀଘ୍ର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ନୂଆ କଂଗ୍ରେସ ସଭାପତି ଚୟନ କରିବ ।’ କଂଗ୍ରେସର ପରବର୍ତୀ ରଣନୀତି ନେଇ ଏହା କହିଛନ୍ତି ରାହୁଲ । ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ରାହୁଲ ନିଜକୁ ଦାୟୀ କରି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ତେବେ ସିଡବ୍ଲୁ୍ୟସି ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କରିନଥିଲା । ଦଳର ବହୁ ବରିଷ୍ଠ ନେତା ତାଙ୍କୁ ଏହି ପଦବୀରେ ରହିବା ପାଇଁ ଅନୁରୋଧ କରି ଆସିଛନ୍ତି । ତେବେ ଗତ ମେ’ ୨୫ରୁ ରାହୁଲ ନିଜ ଜିଦରେ ଅଟଳ ରହିଛନ୍ତି । ବୁଧବାର କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାହୁଲଙ୍କୁ ଭେଟିଥିଲେ ମଧ୍ୟ ରାହୁଲ କଂଗ୍ରେସ ସଭାପତି ଦାୟିତ୍ୱ ନେବେନାହିଁ ବୋଲି ରୋକଠୋକ ଭାବେ କହିଛନ୍ତି । ଅପରପକ୍ଷରେ ରାହୁଲ ସଭାପତି ଦାୟିତ୍ୱରେ ରୁହନ୍ତୁ ବୋଲି ଦାବି କରି କେତେକ ସ୍ଥାନରେ ଦଳୀୟ କର୍ମୀମାନେ ଧାରଣାରେ ମଧ୍ୟ ବସି ରହିଛନ୍ତି ।