ମୁଖ ବ୍ରଣର ପ୍ରତିକାର

ମୁଖ ବ୍ରଣର ପ୍ରତିକାର

ମୁଖ ବ୍ରଣର ପ୍ରତିକାର
ଯେଉଁମାନଙ୍କର ମୁହଁ ଅଧିକ ତୈଳାକ୍ତ ହୋଇଥାଏ ସେମାନଙ୍କ ମୁହଁରେ ଅଧିକ ବ୍ରଣ ଉଠେ । ହେଲେ ଏହାକୁ ନେଇ ବିବ୍ରତ ହେବା ବଦଳରେ ଏହାର ପ୍ରାକୃତିକ ଉପଚାର କରନ୍ତୁ । ଏଥିପାଇଁ ଲେମ୍ବୁ ରସ ଓ ମହୁ ବ୍ୟବହାର କରନ୍ତୁ । ଏହା ଏକ ଅତି ସାଧାରଣ ଉପଚାର । ଗୋଟିଏ ବା ଦୁଇଟି ତାଜା ଲେମ୍ବୁ ରସ କାଢ଼ି ସେଥିରେ ଏକ ବଡ ଚାମଚ ଶୁଦ୍ଧ ମହୁ ମିଶାଇ ଦେଇ ମୁହଁରେ ଲଗାନ୍ତୁ । ଏହାକୁ ବ୍ରଣ ଉପରେ ହାଲକା ଭାବେ ମାଲିସ କରନ୍ତୁ । ପନ୍ଦର ମିନିଟ ପରେ ଉଷୁମ ପାଣିରେ ମୁହଁକୁ ସଫା କରନ୍ତୁ । ମହୁ ଏକ ସଙ୍ଗେ ଆଂଟି-ସେପଟିକ ଓ ଆଂଟି- ବାକଟେରିଆଲ । ଲେମ୍ବୁ ରସ ମୃତ କୋଷ ବାହାର କରିବା ସହିତ ତୈଳାଂଶ ହ୍ରାସ କରେ । ଏହି ଦୁଇଟିର ମିଶ୍ରଣ ପ୍ରାକୃତିକ ଭାବେ ତ୍ୱାଚାକୁ ଆର୍ଦ୍ରତା ଦିଅନ୍ତି । ତେଣୁ ନିୟମିତ ବ୍ୟବହାର ଦ୍ୱାରା ଏକାଧିକ ଲାଭ ମିଳିଥାଏ ।