ମୋଦି-ଜିନପିଙ୍ଗ ଆଲୋଚନା

ମୋଦି-ଜିନପିଙ୍ଗ ଆଲୋଚନା

ମୋଦି-ଜିନପିଙ୍ଗ ଆଲୋଚନା
ନୂଆଦିଲ୍ଲୀ: ମାମଲାପୁରମରେ ସରିଲା ମୋଦି-ଜିନପିଙ୍ଗଙ୍କ ଦ୍ୱିପାକ୍ଷିକ ଆଲୋଚନା । ବିନା ପ୍ରତିନିଧିରେ ଦୁହିଁଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ ଧରି ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ପରେ କୋଭଲମରେ ପ୍ରତିନିଧିସ୍ତରୀୟ ବୈଠକ ଚାଲିଥିବା ଜଣାଯାଇଛି । ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ପ୍ରତିନିଧିସ୍ତରୀୟ ବୈଠକରେ ମୋଦି ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଏବେ ଭାରତ ଓ ଚୀନ ଦୁଇ ଅର୍ଥନୈତିକ ସୁପର ପାୱାର । ଆମ ପୂର୍ବ ବୈଠକରେ ଆମେ ଭଲ ସମ୍ପର୍କ ରଖିବାକୁ କଥା ହୋଇଥିଲେ । ୟୁହାନ ମିଟିଂରେ ଦୁଇ ଦେଶ ସୌହାର୍ଦ୍ଧ୍ୟ ସମ୍ପର୍କ ରଖିବେ କହିଥିଲେ । ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥାଗତ ସମନ୍ୱୟ ବଢିବ । ମତଭେଦକୁ ମ୍ୟାନେଜ କରି ଆମ ସମ୍ପର୍କ ବଢିବ । ଆଜିର ଚେନ୍ନାଇ କନେକ୍ଟ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢିବ ବୋଲି ମୋଦି କହିଛନ୍ତି । ସେହିପରି ଜିନପିଙ୍ଗ କହିଛନ୍ତି ଯେ, ଆପଣଙ୍କ ଆତିଥ୍ୟ ଦେଖି ମୁଁ ଅଭିଭୂତ । ଏହା ମୋ ସହ ମୋ ସହଯୋଗୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ଗତକାଲି ମଧ୍ୟ ଆମେ ଅତ୍ୟନ୍ତ ସହୃଦୟ ଭାବେ କଥା ହୋଇଥିଲେ । ଦୁଇ ଭଲ ବନ୍ଧୁଭାବେ ଆମେ ଦ୍ୱିପାକ୍ଷିକ ସମ୍ପର୍କ ନେଇ କଥା ହୋଇଥିଲୁ । ଭାରତ-ଚୀନ ଦୁଇ ଗୁରୁତ୍ୱପୂର୍ଣ୍ଣ ପଡେ଼ାଶୀ ବୋଲି ଜିନପିଙ୍ଗ କହିଛନ୍ତି । ପିନ୍ଧି, ଜିନପିଙ୍ଗଙ୍କୁ ସ୍ୱାଗତ କରିଥିଲେ । ଆଜି ଦୁଇ ରାଷ୍ଟ୍ରନେତା ପରଷ୍ପରକୁ ଦ୍ୱିତୀୟ ଥର ପାଇଁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ଆଲୋଚନା ପରେ ଦୁଇ ରାଷ୍ଟ୍ର ନେତା ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଛନ୍ତି । ଭାରତ ଓ ଚୀନ୍ ଭାଇ ଭାଇ ବୋଲି କହିଛନ୍ତି ଚୀନ୍ ରାଷ୍ଟ୍ରପତି । ବିଶ୍ୱର ଦୁଇ ନେତାଙ୍କ ଏହି ଐତିହାସିକ ସାକ୍ଷାତର ସାକ୍ଷୀ ରହିଛି ଚେନ୍ନାଇ ।