ମୋ ବସ୍‌ରେ ଲାଗିଲା ନିଆଁ

ମୋ ବସ୍‌ରେ ଲାଗିଲା ନିଆଁ

ମୋ ବସ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ତମାଣ୍ଡୋ ଥାନା ସମ୍ମୁଖରେ ଗୁରୁବାର ସକାଳେ ଏକ  ମୋ ବସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସ୍‌ରେ କିପରି ନିଆଁ ଲାଗିଲା, ତାହା ଅସ୍ପଷ୍ଟ ରହିଛି।
ବସ୍‌ଟି ତମାଣ୍ଡୋରୁ ଯାତ୍ରୀମାନଙ୍କୁ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ତମାଣ୍ଡୋ ଥାନା ସମ୍ମୁଖରେ ବସ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଥିଲା। ଧୂଆଁ ଦେଖି ସବୁ ଯାତ୍ରୀଙ୍କ ସହିତ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଓହ୍ଳାଇ ଯାଇଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
 ସର୍ଟସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ବସ୍‌ରେ ନିଆଁ ଲାଗିବା ଯୋଗୁ କାହାର କିଛି କ୍ଷତି ହୋଇନାହିଁ।