ରତନ ଟାଟା ପ୍ରଥମେ ଚଳାଇଥିଲେ ସ୍ୱଦେଶୀ କାର
ରତନ ଟାଟା ପ୍ରଥମେ ଚଳାଇଥିଲେ ସ୍ୱଦେଶୀ କାର
admin
May 21, 2021 - 08:35
Updated: May 21, 2021 - 08:35
ଭାରତରେ ସ୍ୱଦେଶୀ ନିର୍ମିତ କାର କଥା ଉଠିଲେ ପ୍ରଥେମ ଟାଟା ମୋଟର୍ସର ‘ଇଣ୍ଡିକା’ ନାଁ ଆସିଥାଏ । ଆସିବନି କିପରି ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟା ସବୁବେଳେ ନୂତନ କୌଶଳ ପ୍ରୟୋଗ କରି ଦେଶକୁ ସ୍ୱତନ୍ତ୍ର ଉପହାର ଦେବାରେ ବେଶ ଧୁରନ୍ଦର । ହୁଏତ ତାଙ୍କର ଲକ୍ଷେଟଙ୍କିଆ ନାନୋ ଆଇଡିଆ ସେତେଟା ସଫଳ ପାଇପାରିନଥିଲା ମାତ୍ର ଦେଶର ପ୍ରଥମ ସ୍ୱଦେଶୀ କାର ‘ଇଣ୍ଡିକା’ପ୍ରଦାନରେ ତାଙ୍କ ଭୂମିକା ଯଥେଷ୍ଟ ରହିଥଲା । ୧୯୯୯ ମସିହାରେ ଟାଟା ଇଣ୍ଡିକା ବଜାରରେ ପ୍ରବଶେ ପୂର୍ବରୁ ୧୯୯୮ ମସିହାରେ ଜେନେଭା ମୋଟର ସୋ’ରେ ଏହା ସାମିଲ ଥିଲା । ଏହାର କିଛିଦିନ ପରେ ଇଣ୍ଡିଆନ ଅଟୋ ଏକ୍ସପୋ ଏହାକୁ ଲଞ୍ଚ କରିଥିଲା । ସବୁଠୁ ଆଶ୍ଚର୍ଯର କଥା ଟାଟା ଗ୍ରୁପ ଅଧ୍ୟକ୍ଷ ୮୨ ବର୍ଷିୟ ରତନ ଟାଟା ନିଜେ ଗାଡି ଚଳାଇ ଭାରତରେ ପ୍ରଥମ ସ୍ୱଦେଶୀ କାରଟିକୁ ଲଞ୍ଚ କରାଇଥିଲେ । ଏହି ବ୍ୟକ୍ତି ଜଣଙ୍କ ଦେଶର ସାଧାରଣ ବ୍ୟକ୍ତି କିପରି କାର ଚଢ଼ିପାରିବେ ସେ ନେଇ ଅନେକ ଚିନ୍ତା ମଧ୍ୟ କରିଥାନ୍ତି । ଯାହାଫଳରେ ୨୦୦୮ ମସିହାରେ ବଜାରରେ ନାନୋ ପ୍ରବେଶ ସଫଳ ରହିଥିଲା । ଏହି ପ୍ରବେଶ ସମୟରେ ରତନଙ୍କ ସହ ଉପସ୍ଥିତ ଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାନୋର ପ୍ରବେଶ ସମୟରେ ରତନ କହିଥିଲେ ଏହା ହେଉଛି ଲୋକଙ୍କ କାର । ମାତ୍ର ପରବର୍ତ୍ତୀ ସମୟରେ ନାନୋ ସେତେଟା ସଫଳ ପାଇପାରିନଥିଲା । ରତନଙ୍କୁ ନାନୋ ବନାଇବା ଯୋଜନା ସେତେବେଳେ ଆସିଥିଲା ଯେତେବେଳେ ୪ଜଣ ଲୋକ ବର୍ଷାରେ ଭିଜି ଭିଜି ଗୋଟିଏ ମଟରସାଇକେଲରେ ଯାଉଥିଲେ ।
ସେହିପରି ଟାଟା ମୋଟର୍ସର ସବୁଠୁ ଲୋକପ୍ରିୟ କାର ଟାଟା ସୁମୋକୁ ନେଇ ମଧ୍ୟ ଏକ କାହାଣୀ ରହିଛି । ଲୋକ ଭାବନ୍ତି ଯେ ଏହି ଗାଡିର ଶକ୍ତି ଏବଂ ମାପକୁ ନେଇ ଏପରି ନାଁ ରଖାଯାଇଛି । ମାତ୍ର ଟାଟା ମୋଟର୍ସର ଥିବା ପରିଚାଳନା ନିଦେ୍ର୍ଧଶକ (ଏମଡି) ସୁମନ୍ତ ମୁଲକାୱଁକରଙ୍କ ସ୍ମୃତିରେ କାରର ନାମ ଟାଟା ସୁମୋ ରଖିବାକୁ ରତନ ନିଷ୍ପତ୍ତି ନେଇଥିଲେ । ତେଣୁ ଦେଶରେ ଟାଟାଗ୍ରୁପ କାର ସହ ସମ୍ପର୍କ ବେଶ ସ୍ୱତନ୍ତ୍ର ରହିଆସିଛି । ।