ରବିବାର ହୁଇସିଲ ବଜାଇଲେ ୧ହଜାର ଡଲାର ଜରିମାନା

ରବିବାର ହୁଇସିଲ ବଜାଇଲେ ୧ହଜାର ଡଲାର ଜରିମାନା

ରବିବାର ହୁଇସିଲ ବଜାଇଲେ ୧ହଜାର ଡଲାର ଜରିମାନା

ଛୁଟିର ଦିନ ଭାବେ ଜଣାଯାଉଥିବା ରବିବାରକୁ ନେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନାନା ଲୋକକଥାମାନ ରହିଛି । ଭାରତ ବ୍ୟତୀତ କୋରିଆ ଓ ଜାପାନରେ ମଧ୍ୟ ରବିବାରକୁ ‘ସୂର୍ଯ୍ୟଙ୍କ ବାର’ ଭାବେ ଗ୍ରହଣ କରାଯାଇଛି । ଆମ ଦେଶରେ ରବିବାରରେ ଲୋକେ ସୂର୍ଯ୍ୟ ପୂଜା କରୁଥିବା ବେଳେ ସେସବୁ ରାଷ୍ଟ୍ରରେ ଅବଶ୍ୟ ଏଭଳି କରାଯାଇନଥାଏ । ପେରୁ, ଜର୍ମାନୀ, ସ୍ୱିଡେନ, ଫ୍ରାନ୍ସ, ବେଲଜୟମରେ କେବଳ ରବିବାରରେ ହିଁ ନିର୍ବାଚନ ହେବାର ନିୟମ ରହିଛି । ୯୦ ବର୍ଷ ତଳୁ ସେଠାରେ ଏହି ନିୟମ ପାଳିତ ହେଉଛି ।  ରବିବାରରେ କେତୋଟି କଡ଼ା ନିୟମ ମଧ୍ୟ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ପାଳନ କରାଯାଉଥିବାରୁ ଦେଖାଯାଏ ।

 ଆମେରିକାର ଉଟାହ ରାଜ୍ୟରେ ଛୁଟିଦିନରେ ଅବା ଉତ୍ସବ ଦିନ ଗୁଡ଼ିକରେ ସ୍ଥାନୀୟ ଲୋକ ହୁଇସିଲ ବଜାଇ ମନ ଆନନ୍ଦ କରନ୍ତି । ହେଲେ ରବିବାର ସେଠି ହୁଇସିଲ ବଜାଇଲେ, ୧ ହଜାର ଡଲାର ଜରିମାନା କରାଯାଏ । ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ପରି ରାଇଜରେ ରବିବାର ହେଉଛି ‘ଖେଳର ଦିନ ସେ ସବୁ ଦେଶରେ ରବିବାରରେ ଗଲ୍ଫ ମଟର ସାଇକେଲ ପ୍ରତିଯୋଗିତା ଆଦି ହୁଏ । ସପ୍ତାହର ଏକ ଗୋଟିଏ ଦିନ ସେମାନେ ମଜା କରି କାଟନ୍ତୁ । କେତୋଟି ପ୍ରାନ୍ତରେ ରବିବାର ହେଉଛି କାମର ଦିନ, ସେସବୁ ଦେଶଗୁଡ଼ିକ ହେଲେ ବାହାରିନ ବାଂଲାଦେଶ, ଇସ୍ରାଇଲ ଓ ଇରାନ । ଅନ୍ୟର ଉନ୍ନତିର ପଥକୁ ଅନୁସରଣ କରିବା ସହ ତା ଚଲାପଥର କଷ୍ଟ ସହିଷ୍ଣୁତାକୁ ଦେଖିବା ଜରୁରୀ । ସଫଳତା ସହ ଏହା ସଚ୍ଚୋଟତାର ପ୍ରମାଣ ଦିଏ ।