ରାଜନୀତି କରିବେ ସାରା

ରାଜନୀତି କରିବେ ସାରା

ରାଜନୀତି କରିବେ ସାରା
ଅନ୍ୟମାନଙ୍କ ସହ ନମ୍ର ଓ ଭଦ୍ରାମିର ସହ ବ୍ୟବହାର ଲାଗି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲ୍ଲୀ ଖାନ୍ । ପରଦାରେ ପେସାରେ କ୍ୟାରିୟର ଓ ବେଶପୋଷାକରୁ ତାଙ୍କ ସରଳତା ସ୍ପଷ୍ଟ ଜଣାପଡେ଼ । ନିକଟରେ ବେଙ୍ଗାଲୁରୁ ରେ ଅନୁଷ୍ଠିତ ‘ୱି ଦ ୱିମେନ’ ସମ୍ମେଳନରେ ସେ ପହଞ୍ଚିଥିଲେ । ସେଠାରେ ସାମ୍ପାଦିକ ବରଖା ଦତ୍ତ ସହ ତାଙ୍କର ବାର୍ତ୍ତାଳାପ ହୋଇଥିଲା । ବରଖା ତାଙ୍କୁ ପଚାରିଥିଲେ ସେ ଅଭିନୟ ଦୁନିଆକୁ ଆସିନଥିଲେ ସାରା କ’ଣ କରିଥାନ୍ତେ । ଉତ୍ତରରେ ସାରା କହିଥିଲେ, ଅଭିନେତ୍ରୀ ହୋଇନଥିଲେ ଓକିଲ କିମ୍ବା ରାଜନୀତିରେ ଯୋଗ ଦେଇଥାନ୍ତେ । ଏଥିପାଇଁ ବେଶି ବିଳମ୍ବ ମଧ୍ୟ ହୋଇନି । ଇଚ୍ଛା ହେଲା ପରେ ରାଜନୀତିରେ ଯୋଗ ଦେଇପାରିବେ ବୋଲି ସାରା କହିଛନ୍ତି । ତାଙ୍କ ଖାତାରେ ଏବେ ସୁଦ୍ଧା ୧୧ ବ୍ରାଣ୍ଡର ବିଜ୍ଞାପନ ରହିଛି । ଯେଉଁଥିରୁ ତାଙ୍କ ଚଳିତ ବର୍ଷର ଆୟ ୩୦ କୋଟି ଆକଳନ କରାଯାଇଛି । କ୍ରିଡାରୁ ଆରମ୍ଭ କରି ଗହଣା ଆଦି ବ୍ରାଣ୍ଡରେ ସେ ସାମିଲ ହୋଇଛନ୍ତି । ସାରା ଜଣେ ବହୁମୁଖୀ ପ୍ରତିଭା ବୋଲି ଏଥିରୁ ଦର୍ଶକ ଜାଣିପାରିବେ । ଇମତିଆଜ ଅଲିଙ୍କ ଆଗାମୀ ପ୍ରୋଜେକ୍ଟରେ ସେ ନଜର ଆସିବେ । ତାଙ୍କ ଅପୋଜିଟରେ ଅଛନ୍ତି କାର୍ତ୍ତିକ ଆର୍ଯ୍ୟନ । ଫିଲ୍ମଟି ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନ ଷ୍ଟାର ‘ଲଭ୍ ଆଜକଲ’ର ସିକ୍ୱେଲ ବୋଲି ଚର୍ଚ୍ଚା ହେଉଛି । ବରୁଣ ଧୱନ ଷ୍ଟାରର ‘କୁଲି ନମ୍ବର-୧’ର ସୁଟିରେ ସାରା ଏବେ ବ୍ୟସ୍ତ ଅଛନ୍ତି । ଗୋବିନ୍ଦାଙ୍କ ଅଭିନୀତ ସମାନ ଟାଇଟଲବିଶିଷ୍ଟ ଫିଲ୍ମର ଏହା ରିମେକ୍ । ଦୁଇଟିଯାକ ଆସନ୍ତା ବର୍ଷ ମୁକ୍ତିଲାଭ କରିବ ।