ରାଜ୍ୟରେ ଆଉ ୨୯୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୨୯୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୨୯୯୫ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ୨୯୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୩୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୨୫୮ ଟି ଲୋକାଲ କେସ ରହିଛି । ଏହି ୨୯୯୫ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୯୯୮ରେ ପହଞ୍ଚô ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୦୨୧୭ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧ ୨୯୭୭୦ ଜଣ ଚିକିତ୍ସାଧୀନ ରହିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୧୪୨, ବାଲେଶ୍ୱର ୧୨୧, ବରଗଡ଼ ୯୩, ଭଦ୍ରକ ୨୮, ବଲାଙ୍ଗୀର ୯୪, ବୌଦ୍ଧ ୩୧, କଟକ ୧୬୬, ଦେବଗଡ଼ ୨୦, ଢେ଼ଙ୍କାନାଳ ୬୮, ଗଜପତି ୭, ଗଞ୍ଜାମ ୪୭, ଜଗତସିଂହପୁର ୬୨, ଯାଜପୁର ୯୦, ଝାରସୁଗୁଡ଼ା ୬୪, କଳାହାଣ୍ଡି ୬୩, କନ୍ଧମାଳ ୪୩, କେନ୍ଦ୍ରାପଡ଼ା ୧୩୫, କେନ୍ଦୁଝର ୬୧, ଖୋର୍ଦ୍ଧା ୫୬୮, କୋରାପୁଟ ୪୩, ମାଲକାନଗିରି ୮୨, ମୟୂରଭଞ୍ଜ ୯୨, ନବରଙ୍ଗପୁର ୬୭, ନୟାଗଡ଼ ୪୪, ନୂଆପଡ଼ା ୭୪, ପୁରୀ ୧୪୫, ରାୟଗଡ଼ା ୧୭, ସମ୍ବଲପୁର ୧୩୮, ସୁବର୍ଣ୍ଣପୁର ୮୭, ସୁନ୍ଦରଗଡ଼ ୧୦୧ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୦୨ ଜଣ ଚିହ୍ନଟ ହୋଇଛନ୍ତି ।