ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୨୨୫

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୨୨୫

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୨୨୫
ଭୁବନେଶ୍ୱର : କରୋନା କବଳରେ ଆଜି ରାଜ୍ୟରେ ଆଉ ୯ ଜଣ ପ୍ରାଣ ହରାଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଞ୍ଜାମରେ ୪୨, ୫୯ଳ ୫୩ ଓ ୬୩ ବର୍ଷ ବୟସର ପୁରୁଷ ପ୍ରାଣ ହରାଇଥିବା ବେଳେ ଜଣେ ୫୨ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧାରେ ଜଣେ ୬୦ ବର୍ଷୀୟା ମହିଳା, ସୁନ୍ଦରଗଡର ୫୫ ବର୍ଷୀୟ ପୁରୁଷ ଏବଂ ଗଜପତିର ୨୭ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି । ଆଜି କେନ୍ଦୁଝର ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ଘଟିଛି । ଜଣେ ୨୧ ବର୍ଷୀୟ ଯୁବକ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୧୭ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ଏହି ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି ।