ରାଜ୍ୟରେ ୧୫୨୮ ନୂତନ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୧୫୨୮ ନୂତନ ଆକ୍ରାନ୍ତ ଚିହ୍ନଟ
admin
Aug 10, 2020 - 06:12
Updated: Aug 10, 2020 - 06:12
ଭୁବନେଶ୍ୱର : ରାଜ୍ୟରେ ଆଜି ୧୫୨୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୯୪୮ଜଣ ଚିହ୍ନଟ ହୋଇଥିବାବେଳେ ୫୮୦ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୪୫୫କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୩୩୪ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୩୧ହଜାର ୭୪୮ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୮୬ଜଣ । ସେହିପରି ୫୧ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ୨୯ ଜିଲ୍ଲାରୁ ମୋଟ୍ ୧୫୨୮ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୩୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୧୮, ସମ୍ବଲପୁରରୁ ୧୬୮, ସୁନ୍ଦରଗଡରୁ ୧୨୬, ଢେଙ୍କାନାଳରୁ ୧୦୭, କଟକରୁ ୭୨, ଭଦ୍ରକରୁ ୭୦, କୋରାପୁଟରୁ ୬୭, ବଲାଙ୍ଗିରରୁ ୫୯, ବାଲେଶ୍ବରରୁ ୪୩, ମାଲକାନଗିରିରୁ ୩୮, ଯାଜପୁରରୁ ୩୩, ନୟାଗଡରୁ ୩୨, ରାୟଗଡାରୁ ୨୭, ପୁରୀରୁ ୨୬, ନବରଙ୍ଗପୁରରୁ ୨୩, ଜଗତସିଂହପୁରଓ ମୟୂରଭଞ୍ଜରୁ୨୨ ଜଣ ଲେଖାଏଁ ରହିଥିବାବେଳେ ଗଜପତି ଓ କଳାହାଣ୍ଡିରୁ ୩୧ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଓ କେନ୍ଦ୍ରାପଡାରୁ ୧୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବରଗଡରୁ ୧୦, ଝାରସୁଗୁଡାରୁ ୯,ଅନୁଗୁଳରୁ୮, ବୌଦ୍ଧରୁ ୭ , ସୋନପୁର ଓ କେଉଁଝରରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ନୂଆପଡାରୁ ୨ ଜଣ ରହିଛନ୍ତି ।