ରାହୁଲଙ୍କ ପ୍ରତି ୟୁପି ପୁଲିସର ବ୍ୟବହାର ଗ୍ରହଣୀୟ ନୁହେଁ : ସଞ୍ଜୟ
ରାହୁଲଙ୍କ ପ୍ରତି ୟୁପି ପୁଲିସର ବ୍ୟବହାର ଗ୍ରହଣୀୟ ନୁହେଁ : ସଞ୍ଜୟ
admin
Oct 2, 2020 - 09:49
Updated: Oct 2, 2020 - 09:49
ମୁମ୍ବାଇ:ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମକୁ ନେଇ ଯେଉଁପରି ରାଜନୀତି ଚାଲିଛି ସେଥିରେ ମୁହଁ ଖୋଲିଛନ୍ତି ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାୱତ । ଗତକାଲି ପିଡ଼ୀତାଙ୍କ ପରିବାର ସହ ଭେଟିବାକୁ ଚାହିଁଥିବା ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ପୁଲିସଙ୍କ ଦ୍ୱାରା ଗିରଫ ହେବା ଅତ୍ୟନ୍ତ ଲଜ୍ଜାଜନକ । ତେବେ ରାହୁଲଙ୍କ କଲର ଧରି, ଧକ୍କା ମାରି ତଳେ ପକାଇ ଉତ୍ତରପ୍ରଦେଶ ପୁଲିସ ଯେଉଁପରି ବ୍ୟବହାର କରିଛି ତାହା ଦେଶର ଲୋକତନ୍ତ୍ରକୁ ଅସମ୍ମାନିତ କରିବାର ଏକ ଦୃଶ୍ୟ । ଏହି ବ୍ୟବହାର ଲାଗି ସମର୍ଥନ ଦେଶରେ କୌଣସି ବ୍ୟକ୍ତି କରିପାରିବେ ନାହିଁ । ରାହୁଲ ଜଣେ ରାଷ୍ଟ୍ରୀୟ ନେତା । ସେ ରାଜୀବ ଗାନ୍ଧୀଙ୍କ ପୁତ୍ର ବୋଲି ଆମେ ଭୁଲିବା ଠିକ ହେବନି । ଦେଶ ଲାଗି ନିଜର ଜୀବନ ଦେବାକୁ ଏମାନଙ୍କ ବଂଶ ପଛାଇନି । ତେଣୁ ହାଥରସ ପିଡ଼ୀତାଙ୍କ ସହ ରାହୁଲଙ୍କ ସାକ୍ଷାତ ହେବା ସଠିକ ହୋଇଥାନ୍ତା । ଦଳ ଯାହା ହେଉନା କାହିଁ ମାତ୍ର ଏପ୍ରକାର ବ୍ୟବହାର କରିବା ଆଦୌ ଉଚିତନଥିଲା । ନିକଟରେ ପିଡ଼ୀତାଙ୍କୁ ଯେପରି ଗଣଦୁଷ୍କର୍ମ କରାଯିବାର ଯାଞ୍ଚ କରାଯିବ ସେହିପରି ରାହୁଲଙ୍କ କ୍ଷେତ୍ରରେ ଘଟିଥିବା ଘଟଣା ଲାଗି ଦୋଷୀ ଦଣ୍ଡ ପାଇବା ନିହାତି ଆବଶ୍ୟକ ।