ଲଗାଣ ବର୍ଷା ଯୋଗୁଁ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ବାତିଲ
ଲଗାଣ ବର୍ଷା ଯୋଗୁଁ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ବାତିଲ
admin
Aug 13, 2019 - 06:38
Updated: Aug 13, 2019 - 06:38
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଟ୍ରାକରେ ପାଣି ଚାଲିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜିର ରାଉରକେଲା-ଜଗଦଲପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି । କାଲିର ଜଗଦଲପୁର-ରାଉରକେଲା ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି । ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଟ୍ରାକରେ ପାଣି ଚାଲିବାରୁ ଟ୍ରେନ ବାତିଲ କରାଯାଇଛି । ଟ୍ରେନ ବାତିଲ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ରେଳ ଧାରଣା ଉପରେ ପାଣି ଯୋଗୁଁ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍ ବରପାଲିରେ ଅଟକି ରହିଛି, ଆଜମେର-ପୁରୀ ଏକ୍ସପ୍ରେସ୍ ଲୋଇସିଂହାରେ , ଇସ୍ପାତ ଏକ୍ସପ୍ରେସ୍ ଡୁଙ୍ଗୁରିପାଲିରେ ଅଟକି ରହିଛି । ଏହି ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଟ୍ରେନ୍ ଟ୍ରାକରୁ ପାଣି କମିବା ପରେ ଟ୍ରେନଗୁଡିକ ଗନ୍ତବ୍ୟ ପଥରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ସମ୍ବଲପୁର ମଣ୍ଡଳ ଅର୍ନ୍ତଗତ ଦେଓଗାଁ – ବରଗଡ ଓ ଟିଟିଲାଗଡ ରୁଟର ରେଳ ଧାରଣା ଉପରେ ପାଣି ଯୋଗୁଁ ସେହି ରୁଟର ସମସ୍ତ ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବତଟ ରେଳବାଇ ପକ୍ଷରୁ ଆଗୁଆ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।