ଲୋକାର୍ପିତ ହେଲା ଅଟଳ ଟନେଲ୍‌

ଲୋକାର୍ପିତ ହେଲା ଅଟଳ ଟନେଲ୍‌

ଲୋକାର୍ପିତ ହେଲା ଅଟଳ ଟନେଲ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ହିମାଚଳ ପ୍ରଦେଶରେ ଅଟଳ ଟନେଲ୍ ଉଦ୍‌ଘାଟିତ ହୋଇଯାଇଛି । ହିମାଚଳ ପ୍ରଦେଶ ରୋହତାଙ୍ଗରେ ସ୍ବତନ୍ତ୍ର ଉତ୍ସବରେ ଏହି ଟନେଲ୍‌ଟି ଲୋକାର୍ପଣ ହୋଇଛି । ଏହି ଟନେଲ ବିଶ୍ଵର ସବୁଠାରୁ ବଡ ଟନେଲ। ମନାଲି ଓ ଲେହ ମଧ୍ୟରେ ଥିବା ଏହି ଟନେଲ୍ ଦ୍ଵାରା ୪୬ କିମିର ରାସ୍ତା ହ୍ରାସ ହେବ ଏବଂ ସମୟ ପ୍ରାୟ ୪ରୁ ୫ଘଣ୍ଟା ହ୍ରାସ ହେବ। ଏହି ଟନେଲର ଓସାର ରହିଛି ୧୦.୫ ମିଟର । ତିନିହଜାର ମିଟର ଉଚ୍ଚ ପାହାଡ଼ରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି । ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହା ପାଖାପାଖି ୯ କିମି ଲମ୍ବ ରହିଛି । ଏହି ସୁଡ଼ଙ୍ଗ ନିର୍ମାଣ କାମ ୨୦୧୦ମସିହା ଜୁନ ୨୮ ତାରିଖରେ ଆରମ୍ଭ ହୋଇଥିଲା । ୧୦ ବର୍ଷ ପରେ ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇଛି । ଟନେଲ୍‌ର ପ୍ରତି ୬୦ ମିଟର ବ୍ୟବଧାନରେ ସିସିଟିଭତ କ୍ୟାମେରା ଲାଗିଲଗି । ପ୍ରତି ୫୦୦ ମିଟର ବ୍ୟବଧାନରେ ଜରୁରୀକାଳୀନ ପ୍ରସ୍ଥାନ ଦ୍ବାରା ରହିଛି । ଟନେଲ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି । ଏହି ଟନେଲ୍‌ ଯୋଗୁଁ ପର୍ୟ୍ୟଟନ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଯୋଡି ହୋଇଛି । ତୁଷାରପାତ ଯୋଗୁଁ ୬ ମାସ ବନ୍ଦ ରହୁଥିବା ଯାତ୍ରା ପ୍ରତିବନ୍ଧକ ଆଉ ରହିବ ନାହିଁ ।