ଲୋକସଭା ବାଚସ୍ପତି ରେସରେ ଜୁଏଲ ଓରାମ
ଲୋକସଭା ବାଚସ୍ପତି ରେସରେ ଜୁଏଲ ଓରାମ
admin
Jun 4, 2019 - 07:00
Updated: Jun 4, 2019 - 07:00
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରି ସାରିଛନ୍ତି। ଏବେ ଲୋକସଭାର ବାଚସ୍ପତି ପଦକୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ବର୍ତମାନ ଲୋକସଭାରେ ବାଚସ୍ପତି ଆସନ କିଏ ଅଳଙ୍କୃତ କରିବା ତାହାକୁ ନେଇ ଚାଲିଛି ଅଙ୍କକଷା । ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ଦଳର ବରିଷ୍ଠ ସାଂସଦଙ୍କ ମଧ୍ୟରୁ କେହି ଜଣେ ଲୋକସଭାର ବାଚସ୍ପତି ହେବେ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିଥିବାରୁ ବାଚସ୍ପତି ପଦ ବିଜେପି ହାତେଇବା ଏକ ପ୍ରକାର ନିଶ୍ଚିତ। ତେଣୁ ଏବେ ବିଜେପିରୁ କେଉଁ ନେତାଙ୍କୁ ବାଚସ୍ପତି କରାଯିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ରେସ୍ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଥର ପୁଣି ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଜୁଏଲ ଓରାମଙ୍କ ନାଁ ବି ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ବ୍ୟତୀତ ରାଧାମୋହନ ସିଂହ ଓ ବୀରେନ୍ଦ୍ର କୁମାର ସହିତ ପାର୍ଟିର କିଛି ବରିଷ୍ଠ ଏହି ପଦ ପାଇଁ ଆଶା ରଖିଥିବା ନେଇ ଚର୍ଚ୍ଚା ଜୋରଧରିଛି । କିଛି ଜାତୀୟ ଗଣମାଧ୍ୟମରେ ଆଜି ଏନେଇ ଖବର ପ୍ରକାଶ ପାଇଛି। ତେବେ ଆଶାୟାଙ୍କ ସଂଖ୍ୟା ବଢୁଥିବା ବେଳେ କିଏ ହେବ ବାଚସ୍ପତି ତାହା ଉପରେ ସମସ୍ତଙ୍କର ରହିଛି ନଜର ।