ସବ୍ୟଙ୍କ ‘ସ୍ମାଇଲ ଫୋର୍ସ’
ସବ୍ୟଙ୍କ ‘ସ୍ମାଇଲ ଫୋର୍ସ’
admin
Aug 19, 2020 - 09:17
Updated: Aug 19, 2020 - 09:17
ଓଲିଉଡର ଚକୋଲେଟ ବୟ ସବ୍ୟସାଚୀ ମିଶ୍ର ଏବେ ଖୁବ ଚର୍ଚ୍ଚାରେ । କେବଳ ରାଜ୍ୟରେ ନୁହେଁ ଜାତୀୟ ଗଣମାଧ୍ୟମରେ ମଧ୍ୟ ସବ୍ୟଙ୍କ ସାହାଯ୍ୟ ଏବଂ ସହଯୋଗକୁ ନେଇ ଅନେକ ଚର୍ଚ୍ଚା । ଏହାର କାରଣ ହେଉଛି ସବ୍ୟଙ୍କ ‘ସ୍ମାଇଲ ଫୋର୍ସ’ ଟିମ । କେବଳ ଅଭିନୟ ନୁହେଁ ସମାଜ ପ୍ରତି, ଜଣେ କଳାକାରର ଯଥେଷ୍ଟ କର୍ତ୍ତବ୍ୟ ଅଛି ତାହା ସେ ଜଣାଇ ଦେଇଛନ୍ତି । ମାର୍ଚ୍ଚ ୨୧ରୁ ସବ୍ୟଙ୍କ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଲକଡାଉନ ସମୟରେ ଦେଶ ବାହାରେ ଏବେ ଦେଶ ଭିତରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବାର ସାହସ ଦେଖାଇଛନ୍ତି ସେ । ତାଙ୍କ ପାଇଁ ବିଦେଶରୁ ୩ ଶହରୁ ଅଧିକ ଲୋକ ରାଜ୍ୟକୁ ସୁରକ୍ଷିତ ଭାବେ ଫେରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୨ ହଜାରରୁ ଅଧିକ ଲୋକ ଫେରି ପାରିଛନ୍ତି । ଏ ନେଇ ସବ୍ୟ କୁହନ୍ତି, ଦର୍ଶକ ଆମ ପାଇର୍ ଭଗବାନ । ମୁଁ ତାଙ୍କ ପାଇର୍ ନିଜର ପରିଚୟ ତିଆରି କରିପାରିଛି । ସେମାନେ ମୋତେ ପରଦାରେ ଯେଉଁ ଭଳି ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୁଁ ଏଇ ସହଯୋଗ କରି ବହୁତ ଖୁସି ଆଉ ଆନନ୍ଦ ପାଉଛି । ସେମାନଙ୍କ ଆଶୀର୍ବାଦ ଏବଂ ସ୍ନେହ ମୋତେ ଅଧିକ ଶକ୍ତିଶାଳୀ କରୁଛି । ଏବେ ମୋର ଆଗକୁ ଲକ୍ଷ୍ୟ ଯେଉଁମାନେ ରାଜ୍ୟକୁ ଫେରିବେ ସେମାନଙ୍କୁ କିଭଳି ଆତ୍ମନିର୍ଭରଶୀଳ କରିହେବ ସେ ଚେଷ୍ଟା ମୁଁ ଚାରି ରଖିଛି । ମୋ’ପଛରେ ମୋର ‘ସ୍ମାଇଲ ଫୋର୍ସ’ ରହିଛି ବୋଲି ସବ୍ୟସାଚୀ କହିଛନ୍ତି ।