ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ ଜେଲ୍

ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ ଜେଲ୍

ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ ଜେଲ୍
ଭୁବନେଶ୍ୱର : କୁଖ୍ୟାତ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି । ବ୍ରହ୍ମପୁର ଏଡିଜେ-୧ କୋର୍ଟର ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି । ଆଇପିସି ଧାରା ୧୨୧ ଅନୁସାରେ ଆଜୀବନ କାରାଦଣ୍ଡ ଶୁଣାଯାଇଛି । ଦେଶଦ୍ରୋହ ମାମଲାରେ ସବ୍ୟସାଚୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ସରକାରୀ ଓକିଲ ଜ୍ଞାନେନ୍ଦ୍ରଙ୍କ ଠାରୁ ସମସ୍ତ ସୂଚନା ମିଳିଛି । ୨୦୧୪ ଜୁଲାଇ ୧୭ରେ ସବ୍ୟସାଚୀଙ୍କୁ ପୋଲିସ ଗିରଫ କରିଥିଲା । ବ୍ରହ୍ମପୁର ମଙ୍ଗଳବାରପେଟା ସାହିରୁ ମଧ୍ୟରାତି୍ରିରେ ଗିରଫ ହୋଇଥିଲେ । ଗିରଫ ବେଳେ ତାଙ୍କ ଠାରୁ ଟଙ୍କାସୁନା ସହ ମାରଣାସ୍ତ୍ର ଜବତ ହୋଇଥଲା । କାରାଦଣ୍ଡ ପରେ ଶୁଣାଯିବ ପରେ ସବ୍ୟସାଚୀଙ୍କ ଓକିଲ କହିଛନ୍ତି ଆମେ ଉପରେ କୋର୍ଟକୁ ଯିବୁ । ସୂଚନାଯୋଗ୍ୟ, ସବ୍ୟସାଚୀଙ୍କ ନାମରେ ୧୩୫ ରୁ ଉର୍ଦ୍ଧ ମାମଲା ଥିଲା ୫୨ଟି ନିର୍ଦୋଷ ଓ ଗୋଟିଏ ମାମଲାରେ ଦୋଷୀ ହୋଇଥିଲେ । ୨୦୦୮ରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡରେ ତାଙ୍କ ହାତ ପ୍ରମୁଖ ଥିବା ଜଣାଯାଇଛି । ୨୦୧୧ରେ ୨ ଜଣ ଇଟାଲି ନାଗରିକଙ୍କୁ ଅପହରଣ ମଧ୍ୟ କରିଥିଲେ । କାରାଦଣ୍ଡ ଶୁଣାଯିବ ପରେ ସବ୍ୟସାଚୀଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଇଛି ।