ସମୁଦ୍ର କୂଳରୁ ଶୁଭୁଛି ମୃତୁ୍ୟର ଶବ୍ଦ

ସମୁଦ୍ର କୂଳରୁ ଶୁଭୁଛି ମୃତୁ୍ୟର ଶବ୍ଦ

ସମୁଦ୍ର କୂଳରୁ ଶୁଭୁଛି ମୃତୁ୍ୟର ଶବ୍ଦ
ସମୁଦ୍ର କୂଳରେ ବୁଲିବାକୁ ସମସ୍ତଙ୍କୁ ଭଲ ଲାଗେ । ହେଲେ ଏପରି ଏକ ସମୁଦ୍ର କୂଳ ରହିଛି । ଯେଉଁଠାକୁ ଯିବାକୁ ଲୋକମାନେ ଭୟ କରିଥାନ୍ତି । ଏହି ସମୁଦ୍ର କୂଳ ରହଛି ଗୁଜରାଟର ସୁରତ ଅଂଚଳରେ । ଏହାର ନାମ ହେଉଛି ‘ଡୁମାସ ବିଚ’ । ଏହି ସମୁଦ୍ର କୁଳରେ ଥିବା ମାଟିର ରଙ୍ଗ କଳା । ଏହି କଳାରଙ୍ଗର ମାଟିକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ମାତ୍ର କିଛି ପର୍ଯ୍ୟଟକ ଏହି ସମୁଦ୍ର କୂଳରୁ ହଠାତ କୁଆଡେ ଉଭାନ ହୋଇଯାଆନ୍ତ । ଅନେକ ସମୟରେ ପର୍ଯ୍ୟଟକମାନେ ସ୍ଥାନୀୟ ପୁଲିସ ଥାନାରେ ଏ ଏହାକୁ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ କିଛି ଲୋକ ମିଳୁଥିବା ବେଳେ ଆଉ କିଛି ଲୋକକଙ୍କର ପତା ମିଳିନଥାଏ । ସେଠିକାର ଲୋକଙ୍କ କହିବା ଅନୁସାରେ ସେହି ସମୁଦ୍ର କୂଳରୁ କିଛି ଭିନ୍ନ ଭିନ୍ନ ଶବ୍ଦ ଆସିଥାଏ । ଏହି ଶବ୍ଦକୁ ଯିଏ ଶୁଣେ, ସେ ସେହି କୂଳରୁ କୁଆଡେ ଉଭାନ ହୋଇଯାଏ । ସେହି କୂଳରେ ୧୯କିଲୋମିଟର ଦୂରରେ ଏକ ଗ୍ରାମ ଅବସ୍ଥିତ । ଗ୍ରାମବାସୀ କୁହନ୍ତି, ବହୁ ବର୍ଷ ପୂର୍ବରୁ ଏହି କୂଳ ଏକ ଶଶ୍ମାନ ଘାଟ ଥିଲା । ସେଥିପାଇଁ ସେହି କୂଳରେ ଆତ୍ମାମାନେ ରହିଛନ୍ତି ।, ତେଣୁ ସେଠାରୁ କୋମାନେ ଉଭାନ ହୋଇଯାଇଥାନ୍ତି । ହେଲେ ଲୋକଙ୍କ ଉଭାନ ହେବା ପଛରେ ପ୍ରକୃତ ସତ୍ୟ ଏବେ ବି ରହସ୍ୟ ଘେରରେ ରହିଛି ।