ସ୍ୱାମୀ ବିକିଦେଲା ସ୍ତ୍ରୀ’ର କଡନୀ
ସ୍ୱାମୀ ବିକିଦେଲା ସ୍ତ୍ରୀ’ର କଡନୀ
ମାଲକାନଗିରି: ଚିକିତ୍ସାର ବାହାନା କରି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ କିଡ଼ନୀ ବିକିଦେବା ନେଇ ଅଭିଯୋଗ ହୋଇଛି । ସ୍ୱାମୀ ଚିକିତ୍ସା କରିବା କହି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଡ଼ାକିନେଲେ । ସେଠାରେ ନିଶ୍ଚେତକ ଇଞ୍ଜେକସନ ଦେଇ ଅଚେତ କରାଇବା ପରେ କିଡ଼ନୀ ବିକିଦେଲେ । ପେଟରେ ଯନ୍ତ୍ରଣା ହେବାରୁ ପରୀକ୍ଷା କରିବା ପରେ କିଡ଼ନୀ ନଥିବା ଜଣାପଡ଼ିଛି । ଦୀର୍ଘ ୪ବର୍ଷ ପରେ ଏହି ଘଟଣା ପଦାକୁ ଆସିଛି ।
ଏନେଇ ମାଲକାନାଗିରି ଥାନାରେ ଆଜି ସ୍ୱାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ମାଲକାନାଗିରି ବ୍ଲକ୍ କତାମେଟା ଗାଁର ଏହି ଘଟଣା ଏବେ ହଇଚଇ ସୃଷ୍ଟି କରିଛି । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଇତିମଧ୍ୟରେ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁ ଅନ୍ୟ ଜଣେ ଯୁବତୀଙ୍କୁ ଧରି ଫେରାର ମାରିଛନ୍ତି । ଯିବା ପୂର୍ବରୁ କୌଶଳ କରି ପତ୍ନୀ ରଞ୍ଜିତାଙ୍କୁ ବାପ ଘରକୁ ବିଦା କରିଦେଇଛନ୍ତି ।
ରଞ୍ଜିତାଙ୍କ ଅଭିଯୋଗ ଅନୁସାରେ, ପ୍ରଶାନ୍ତଙ୍କ ଘର ବାଂଲାଦେଶରେ । ସେ ଅନୁପ୍ରବେଶକାରୀ ଭାବେ ଆସିବା ପରେ କତାମେଟା ଗ୍ରାମରେ ରହୁଥିଲେ । ୧୨ ବର୍ଷ ପୂର୍ବେ ସେ ରଞ୍ଜିତାଙ୍କୁ ବିବାହ କରିଥିଲେ ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । କାମ କରୁଥିବା ସମୟରେ ବାରମ୍ବାର ପେଟରେ ଯନ୍ତ୍ରଣା ହେବାରୁ ସେ ଡ଼ାକ୍ତରଖାନା ଯାଇ ପରୀକ୍ଷା କରିବାପରେ ତାଙ୍କର ଗୋଟିଏ କିଡନୀ ନଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି ।




admin 