ହାତ ଛାଡି ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ।

ହାତ ଛାଡି ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ।

ହାତ ଛାଡି ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ।
ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ନୂଆ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟାଳୟରେ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସିନ୍ଧିଆ । ଗତ ଦୁଇ ଦିନ ହେବ ସିନ୍ଧିଆଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଜେପିରେ ଏଣ୍ଟ୍ରି କରିଛନ୍ତି ଜ୍ୟୋତିରାଦିତ୍ୟ । ଏହାପୂର୍ବରୁ ଗତକାଲି କଂଗ୍ରେସ କ୍ୟାମ୍ପକୁ ବାଏ ବାଏ କରିଥିଲେ ସିନ୍ଧିଆ । ମଧ୍ୟପ୍ରଦେଶ କଂଗ୍ରେସ ରାଜନୀତିର ହେଭିୱେଟ ଚେହେରା ଥିବା ଜ୍ୟୋତିରାଦିତ୍ୟ ଦୀର୍ଘ ଦିନ ହେବ ଦଳରେ ଉପେକ୍ଷିତ ହୋଇ ଆସୁଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ଆସନ, ପରେ ପ୍ରଦେଶ ସଭାପତି ଓ ପୁଣି ରାଜ୍ୟସଭା ଆସନରୁ ଦୂରେଇ ରଖାଯିବାରୁ ଜ୍ୟୋତିରାଦିତ୍ୟଙ୍କ ଭିତରେ ଅସନ୍ତୋଷ ଚରମରେ ପହଂଚିଥିଲା । ତେଣୁ ନିଜେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଦଳରେ ତାଙ୍କର ଅନୁଗତ ନେତାମାନେ ଇସ୍ତଫା ଦେଇଛନ୍ତି । ଆଉ ଶେଷର କଂଗ୍ରେସ ହାତ ଛାଡିବାକୁ ମନସ୍ଥ କରିଥିଲେ ସିନ୍ଧିଆ । ଆଉ ଏହାସହ କଂଗ୍ରେସ ସହ ଦୀର୍ଘ ୧୮ ବର୍ଷର ସମ୍ପର୍କକୁ ଛିନ୍ନ କରିଛନ୍ତି ସିନ୍ଧିଆ ।