୧୦ ମାସରେ କାଶ୍ମୀରରେ ମରିଛନ୍ତି ୨୦୦ ଆତଙ୍କୀ : ସୋପିଆନ ଓ ପୁଲୱାମାରୁ ସର୍ବାଧିକ

୧୦ ମାସରେ କାଶ୍ମୀରରେ ମରିଛନ୍ତି ୨୦୦ ଆତଙ୍କୀ : ସୋପିଆନ ଓ ପୁଲୱାମାରୁ ସର୍ବାଧିକ

୧୦ ମାସରେ କାଶ୍ମୀରରେ ମରିଛନ୍ତି ୨୦୦ ଆତଙ୍କୀ : ସୋପିଆନ ଓ ପୁଲୱାମାରୁ ସର୍ବାଧିକ
ନୂଆଦିଲ୍ଲୀ : ୨୦୨୦ ମସିହାର ଅକ୍ଟୋବର ମାସ ସୁଦ୍ଧା ୨୦୦ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ସେନା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜମ୍ମୁ କାଶ୍ମୀରରୁ ୨୦୦ ଆତଙ୍କୀଙ୍କୁ ନିପାତ କରାଯାଇଥିବା ବେଳେ ପୁଲୱାମା ଏବଂ ସୋପିଆନରୁ ସର୍ବାଧିକ ଆତଙ୍କୀ ପ୍ରାଣ ହରାଇଛନ୍ତି । ବିଗତ ବର୍ଷର ୧୫୭ ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଚଳିତ ବର୍ଷ ସୁରକ୍ଷା ବଳଙ୍କୁ ଅଧିକ ସଫଳତା ମିଳିଛି । ଜୁନ ମାସରେ ସର୍ବାଧିକ ସର୍ବାଧିକ ୪୯ ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଏପ୍ରିଲ ମାସରେ ୨୮ ଜଣ ପ୍ରାଣ ହରାଇଥିଲେ । ସେହିପରି ଜୁଲାଇ ଏବଂ ଅକ୍ଟୋବର ମାସରେ ୨୧ ଜଣ ଲେଖାଏଁ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷା ବଳ । ଦକ୍ଷିଣ କାଶ୍ମୀରରୁ ସର୍ବାଧିକ ୧୩୮ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ପୁଲୱାମା ଏବଂ ସୋପିଆନ ଜିଲ୍ଲାରୁ ସର୍ବାଧିକ ଆତଙ୍କୀ ପ୍ରାଣ ହରାଇଛନ୍ତି । ଉଭୟ ଜିଲ୍ଲାରୁ ୪୯ ଜଣ ଲେଖାଏଁ ଆତଙ୍କୀ ପ୍ରାଣ ହରାଇଛନ୍ତି । ହିଜବୁଲ ମୁଜାହିଦ୍ଧିନର ସର୍ବାଧିକ ୭୨ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ଲସ୍କର ଏ ତୋଏବାର ୫୯ ଆତଙ୍କବାଦୀ ନିପାତ ହୋଇଛନ୍ତି । ୩୭ ଜଣ ଜୈସ ଏ ମହମ୍ମଦର ଆତଙ୍କୀ ରହିଥିବା ବେଳେ ଆଇଏସର ଦୁଇ ସହଯୋଗୀ ସଙ୍ଗଠନରୁ ୩୨ ଆତଙ୍କୀ ପ୍ରାଣ ହରାଇଛନ୍ତି ।