୧୪ ଦେଶରୁ ବିମାନ ଚଳାଚଳରେ କଟକଣା
୧୪ ଦେଶରୁ ବିମାନ ଚଳାଚଳରେ କଟକଣା
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରାଯିବ । କିନ୍ତୁ ନୂଆ କୋଭିଡ-୧୯ ଷ୍ଟ୍ରେନ୍ ବାହାରିବା ଏବଂ ସଂକ୍ରମଣ ବୃଦ୍ଧି କାରଣରୁ ୧୪ଟି ଦେଶରୁ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ । ଯେଉଁସବୁ ଦେଶ ସହିତ ବିମାନ ଚଳାଚଳ ସ୍ୱାଭାବିକ ହେବନାହିଁ ସେଗୁଡ଼ିକ ହେଲା ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସୱାନା, ଚୀନ, ମରିସସ, ନୁ୍ୟଜିଲାଣ୍ଡ, ଜିମ୍ବାୱେ ଏବଂ ସିଙ୍ଗାପୁର ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବିଦେଶ ବ୍ୟାପାର ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ସହ ବିଚାରବିମର୍ଶ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ୨୦୨୦ ମାର୍ଚ୍ଚ ୨୩ରୁ ବନ୍ଦ ରଖାଯାଇଛି । କିନ୍ତୁ ଗତବର୍ଷ ଜୁଲାଇରୁ ଏୟାର ବବଲ୍ ଯୋଜନାରେ କେତେକ ଦେଶକୁ ସ୍ୱତନ୍ତ୍ର ବିମାନ ଚଳାଚଳ କରୁଛି ।




admin 