୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନେବେନି ,କାହିଁକି ଜାଣନ୍ତୁ

୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନେବେନି ,କାହିଁକି ଜାଣନ୍ତୁ

୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନେବେନି ,କାହିଁକି ଜାଣନ୍ତୁ
ଭୁବନେଶ୍ୱର: ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚି ସାରିଛି । ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନନେବାକୁ ଘୋଷଣା କରିଛନ୍ତି । ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ସେମାନେ କହିଛନ୍ତି ଯେ, କଳାବ୍ୟାଜ ପିନ୍ଧି ଟିକାକରଣ କାର୍ଯ୍ୟରେ ସାମିଲ ହେବେ, କିନ୍ତୁ ଟିକା ନେବେ ନାହିଁ । କ୍ୟାଡର ରୁଲର ପୁନର୍ଗଠନ ଓ ପଦବୀ ପରିଦର୍ଶନ ଦାବିରେ ସ୍ୱାସ୍ଥ୍ୟକର୍ମୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ସରକାର ଦାବି ନଶୁଣିଲେ ଫେବୃଆରୀ ପ୍ରଥମରୁ ସିରିଞ୍ଜ ଛାଡ଼ ଆନେ୍ଦାଳନ କରାଯିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ ଏସଏମଏସ ଯିବ । ରାଜ୍ୟରେ ଟିକାକରଣ ନେଇ ସୂଚନା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । ସେ କହିଛନ୍ତି ଯେ, କେଉଁଠି ଓ କେତେବେଳେ ଟିକା ନେବେ ସେ ନେଇ ଏସଏମଏସରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଆଯିବ । ୪୧ଟି ଡିପ ଫ୍ରିଜର ଆସି ପହଞ୍ଚିଛି । ସେଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ ପଏଣ୍ଟରେ ଟିକା ପହଞ୍ଚିଯାଇଛି । ୧ମ ଡୋଜର ୪୨ ଓ ୨ୟ ଡୋଜର ୧୪ ଦିନ ପରେ ଆଣ୍ଟିବଡି ତିଆରି ହେବ । ତେଣୁ ପ୍ରଥମ ଡୋଜ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ ଦିଆଯିବନାହିଁ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।